ଓୱେସିଙ୍କ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରତିଆକ୍ରମଣ : ଜୀବନ ବରବାଦ ହୋଇଯିବ ହେଲେ ହାଇଦ୍ରାବାଦର ନାଁ ବଦଳିବନି।

ହାଇଦ୍ରାବାଦ : ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନ ପୂର୍ବରୁ ବିଜେପି ଓ ଏଆଇଏମ୍ଆଇଏମ୍ ମଧ୍ୟରେ ବୟାନବାଜୀ ଯୁଦ୍ଧ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହାଇଦ୍ରାବାଦ ଗସ୍ତ ରେ ଆସି ନିଜ ମନ୍ତବ୍ୟ ରଖିବା ପରେ  ଓୱେସି ନିଜ ପ୍ରତିକ୍ରିୟା ରଖିଛନ୍ତି।ଓୱେସି କହିଛନ୍ତି ଯିଏ ହାଇଦ୍ରାବାଦର ନାଁ ବଦଳାଇବାକୁ ଚାହୁଁଛି ତାଙ୍କ ଜୀବନ ବରବାଦ ହୋଇଯିବ ହେଲେ ହାଇଦ୍ରାବାଦର ନାଁ ବଦଳାଇ ପାରିବ ନାହିଁ। ଆମେ ଆଲ୍ଲାଙ୍କ ନାଁ ନେଇ ତାଙ୍କ ନାଁ ଆମେ ନଷ୍ଟ କରି ଦେବୁ। ଆପଣ ମାନଙ୍କୁ ଜବାବ ଦେବାକୁ ହେବ ଯେଉଁ ମାନେ ହାଇଦ୍ରାବାଦ ର ନାମ ବଦଳାଇବାକୁ ଚାହୁଁଛନ୍ତି। ବିଜେପି ଉପରେ ଟାର୍ଗେଟ କରି ଓୱେସି କହିଛନ୍ତି ଯେ ବିଜେପି ଏତେ ଲୋକଙ୍କୁ ଡକାଇ ଦେଲା କେବଳ ଡୋନାଲ୍ଡ ଟ୍ରମ୍ପ ଆସିବା ବାକି ରହିଛି।

ଯୋଗୀଙ୍କ ହାଇଦ୍ରାବାଦ କୁ ଭାଗ୍ୟନଗର ନାମ ଦେବା ବୟାନ ଉପରେ ଓୱେସି କହିଛନ୍ତି ଯେ ବିଜେପିର ମୂଳ ଲକ୍ଷ୍ୟ ହାଇଦ୍ରାବାଦର ନାମ ବଦଳାଇବା। ବିଜେପିର ଟିକେଟ ବଣ୍ଟନ କୁ ଦୃଷ୍ଟିରେ ରଖି ଓୱେସି କହିଛନ୍ତି ଯେ ସେମାନେ ଆମକୁ ସାମ୍ପ୍ରଦାୟିକ କହନ୍ତି ହେଲେ ଆମେ ହିନ୍ଦୁଙ୍କୁ ଟିକେଟ ଦେଇଛୁ। ଏବେ ବିଜେପି କହୁ ବିଜେପି କେତେ ଜଣ ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ସୂଚନାଯୋଗ୍ୟ ଯେ ହାଇଦ୍ରାବାଦ ରେ ମହାନଗର ନିଗମ ନିର୍ବାଚନ ପାଇଁ ଯୋଗୀ ହାଇଦ୍ରାବାଦ ରେ ପହଞ୍ଚି ରୋଡ ସୋ ବେଳେ କହିଥିଲେ ଯେ ହାଇଦ୍ରାବାଦକୁ ଭାଗ୍ୟନଗର କରି ବିକାଶର ଅଗ୍ର ପଥରେ ନେବା ପାଇଁ ଆପଣଙ୍କ ସହମତି ଲୋଡା।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here