ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ସହର ମଧ୍ୟ୍ୟ ଭାଗରେ ଦିନକୁ ଦିନ ଗୋ ହତ୍ୟା ଓ ଗୋ ମାଂସ ଚାଲାଣ ବଢିବା ରେ ଲାଗିଛି । ଆଜି ରବିବାର ଦିନ ରାଜଗାଙ୍ଗପୁର ପୋଲିଶ ଦ୍ୱାରା ଗୋ ମାଂସ ଜବତ କରାଯାଇଥିବା ଜଣା ପଡିଛି । ରବିବାର ଦିନ କୋଣସି ସୂତ୍ରରୁ ଖବର ପାଇ ରାଜଗାଙ୍ଗପୁର ପୋଲିଶ ଇସଲାମ ଛକ ଆଜାଦ ଗଳିରେ ଚଢ଼ାଉ କରି ଗୋ ମାଂସ କଟାଯାଉଥିବା ଜାଗାରୁ ମହମ୍ମଦ ଏହସାନ.ଓ ମାର୍ଟିନ ଭେଙ୍ଗରା ଙ୍କୁ ସେଠାରୁ ଗିରଫ କରିବା ସହ ଗୋ ମାଂସ ଜବତ କରିଥିବା ଜଣାପଡିଛି! ଏହି ବିଷୟରେ ଜଣାପଡିବା ପରେ ରାଜଗାଙ୍ଗପୁର ସହର ଜନୈକ ସାମ୍ବାଦିକ ସେଠାକୁ ଖବର ସଂଗ୍ରହ କରିବାକୁ ଯିବା ଫଳରେ ସେଠାରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ସହିତ ତାଙ୍କୁ ଜୀବନ ରେ ମାରି ଦେବା ପାଇଁ ଧମକ ଦିଆଯାଇଥିଲା!ଏଥି ନେଇ ରାଜଗାଙ୍ଗପୁର ଥାନା ରେ ଏକ ଲିଖିତ ଅଭିଯୋଗ ହୋଇଛି!ଗୋ ହତ୍ୟା ଓ ଗୋମାଂସ ରପ୍ତାନୀ ଦୀର୍ଘ ବର୍ଷରୁ ହେଉଥିବା ନେଇ ସ୍ଥାନୀୟ ଲୋକଙ୍କ ମୁହଁରୁ ଅଭିଯୋଗ ହୋଇଆସୁଥିବା ବେଳେ , ଏ ଭଳି ଏକ ହୀନ କାର୍ଯ୍ୟ କୁ ନେଇ ଜନ ସାଧାରଣ ରେ ଚର୍ଚ୍ଚା ହେଉଛି ।
ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।