କୁଷ୍ଠ ରୋଗୀ କେନ୍ଦ୍ରକୁ ଯୁବଗୋଷ୍ଠୀ ଦେଲେ ଗିଜର : ରାଉରକେଲା

ରାଉରକେଲା: ରାଉରକେଲା ସ୍ଥିତ ମିଶନ ଅଫ ଚାରିଟିଜ ର୍ବଦରସ , ନିର୍ମଳ ଭବନ , କୁଷ୍ଠ ରୋଗୀ କେନ୍ଦ୍ର ଏନଟିପିସିି ଟାଉନସିପ ନୟାବଜାର ଅଞ୍ଚଳରେ ଅବସ୍ଥାପିତ କୁଷ୍ଠ ରୋଗୀ କେନ୍ଦ୍ରକୁ ଗରମପାଣି ସକାସେ ଏକ ୨୫ ଲିଟର ଗିଜର ପ୍ରଦାନ କରାଯାଇଛି ଯୁବଗୋଷ୍ଠୀଙ୍କ ତରଫରୁ । ୟୁଜିଏମ କଲେଜର ୨୦୦୪ ମସିହାର ଯୁକ୍ତ ଦୁଇରେ ପଢୁଥିବା ଛାତ୍ରଗଣଙ୍କ ସହଯୋଗରେ ଏହି ଗିଜର ପ୍ରଦାନ କରାଯାଇଛି । ରାଉରକେଲା ଅଞ୍ଚଳରେ ପ୍ରଚଣ୍ଡ ଶୀତର ପ୍ରଭାବ ଥିବା ବେଳେ କୁଷ୍ଠ ରୋଗୀ ମାନଙ୍କୁ ଗରମ ପାଣି ଯୋଗାଇ ଦେବା ସକାସେ ଏହି ବ୍ୟବସ୍ତା କରାଯାଇଛି । ଉକ୍ତ ମହତ ସେବା କାର୍ଯ୍ୟରେ ସିଦ୍ଧୀକ , ସଞ୍ଜୟ , ସମୀର , ବଳରାମ , ମନୀ , ସାଗର , ହୃଷୀକେଶ , ସୁନୀଲ , ସୁରଞ୍ଜୟ , ଦିଲ୍ଲିୀପ , ଜିତେନ୍ଦ୍ର , ରାଜୀବ , ବାବୁ , ପ୍ରଶାନ୍ତ ପ୍ରମୁଖ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଆନ୍ତରିକ ସହଯୋଗ କରି ସମାଜ କଲ୍ୟାଣ ସକାସେ ନିରନ୍ତର ଭାବରେ ସେବାକାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ସେବା ମୂଳକ କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ । ବିଶେଷ କରି ଗରୀବ ଅନୁଷ୍ଠାନ ମାନଙ୍କରେ ଶୀତ ମାସ ପାଇଁ ପୂର୍ବରୁ ଓ ଏବେ ମଧ୍ୟ ଏହି ସେବା ଯାରି ରହିଛି , ରହିଥିବ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here