କେଲିଆ ଶୈବପୀଠ ରେ କରୋନା ପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତଙ୍କ ଆସିବା ମନା

ଡାବୁଗାଁ, ୨୮/୧୧ ବିଶ୍ୱରେ ଦେଖା ଦେଇଥିବା କୋରନା ରୋଗ ବ୍ୟାପିବାରେ ନିୟନ୍ତ୍ରଣ ପାଇଁ ବା କୋରନା କଟକଣା ପାଇଁ କାର୍ତ୍ତିକ ଶେଷ ସୋମବାର ବା କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତଙ୍କ ଆସିବା ବାରଣ କରା ଯାଇଛି | ଏଥି ନେଇ ଶୁକ୍ରବାର ମନ୍ଦିର କମିଟି ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ସରକାରଙ୍କ ଆଗାମୀ ସୂଚନା ପର୍ଯ୍ୟନ୍ତ ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କୁ ଯିବା ଉପରେ ରୋକ୍ ଲାଗିଥିଲେ ବି ସମସ୍ତ ପାରମ୍ପରିକ ପୂଜାର୍ଚ୍ଚନା ଯଥାରୀତି ହେବ ବୋଲି କୁହାଯାଇଛି । ଏହି ନିଷ୍ପତି କ୍ରମେ ନବରଙ୍ଗପୁର ଜିଲାର ପ୍ରସିଦ୍ଧ ବାବା ଝାଡେଶ୍ଵର ଶୈବପୀଠ କେଲିଆ ମନ୍ଦିର ସରକାରଙ୍କ ଆଗାମୀ ନିଷ୍ପତି ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ବନ୍ଦ ରହିବ ବୋଲି ମନ୍ଦିର କମିଟି ତରଫରୁ କୁହାଯାଇଛି ଏବଂ ଏହି ସମୟ ମଧ୍ୟରେ ଭକ୍ତ ବା ଦର୍ଶନାର୍ଥୀ ମାନେ ମନ୍ଦିରକୁ ନଆସିବା ପାଇଁ ମନ୍ଦିର କମିଟିର ସମସ୍ତ କର୍ମକର୍ତ୍ତା ଅନୁରୋଧ କରିଛନ୍ତି । ଏନେଇ ଶନିବାର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ଵାରା ପ୍ରଚାର କରାଯାଇଛି | ଏହି ବୈଠକରେ ମନ୍ଦିର ପରିଚାଳନା କମିଟି ସ୍ଥାୟୀ ସଭାପତି ତଥା ଡାବୁଗାଁ ତହସିଲଦାର ଡ଼ା.ଉମେଶ ଚନ୍ଦ୍ର ପୂଜାରୀ, ସମ୍ପାଦକ ଦେବରାଜ ପାତ୍ର, କୋଷ।ଧକ୍ଷ ଜି.ସାଇ ରାଜୁ, ସୁରେନ୍ଦ୍ର କୁମାର ମିଶ୍ର, ସୂର୍ଯ୍ୟ ସୁବୁଦ୍ଧି, ଭଗବାନ ପାତ୍ର, ଚଚରାଗୁଡା ସରପଞ୍ଚ ଧର୍ମାନନ୍ଦ ନାୟକ, ପି. ପ୍ରକାଶ ରାଓ, ଭାଗୀରଥିଭତ୍ରା ପ୍ରମୁଖ ଉପସ୍ଥିତ ରହି କୋଭିଡ୍ ନିୟମ ପାଳନ କରି ମୁହଁରେ ମାକ୍ସ ପିନ୍ଧି ବୈଠକ ଅନୁଷ୍ଠିତ କରିଥିଲେ।

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here