ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଷଡଙ୍ଗୀଙ୍କ ୧୦ଟି ପ୍ରଶ୍ନ

ବାରିପଦା : ବାରିପଦା ଟାଉନ୍‌ ନିକଟସ୍ଥ ଭୁଗୁଡ଼ାରେ ଶ୍ରୀରାମ ମନ୍ଦିର ପାଇଁ ଆଜି ଶିଳାନ୍ୟାସ ହୋଇଛି। ଏଥିରେ ଅତିଥିଭାବେ ଯୋଗଦେଇଥିଲେ ଶ୍ରୀମତି ଅପରାଜିତା ଷଡଙ୍ଗୀ।ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିଛି ପ୍ରଶ୍ନ ପଚାରିଛନ୍ତି ।ସେ କହିଛନ୍ତି, ନିର୍ବାଚନ ସମୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ଅନେକ ସ୍ୱପ୍ନ ଦେଖାଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ଘୋଷଣା ପୂରଣ ହୋଇନାହିଁ। ଏବେବି ଜିଲ୍ଲାବାସୀ ମିଛ ସ୍ୱପ୍ନ ରେ ରହିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବିକାଶକୁ ନେଇ ଆଜି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀ ମୁଖପାତ୍ର ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ୧୦ଟି ପ୍ରଶ୍ନ ପଚାରିଛନ୍ତି।

୧- ବାରିପଦା ଜଗନ୍ନାଥ ମନ୍ଦିର ଉନ୍ନତିକରଣ ପାଇଁ ୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିଲା। ହେଲେ ଆଜି ଯାଏ ଟଙ୍କାଟିଏ ମିଳିନି। ଜଗନ୍ନାଥ ମନ୍ଦିର ଉନ୍ନତିକରଣ ପାଇଁ କେବେ ଟଙ୍କା ମିଳିବ?

୨- ଜମ୍ଭୀରା ଡ୍ୟାମରୁ ବାରିପଦା ଟାଉନ୍‌କୁ ପିଇବା ପାଣି ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ପ୍ରକଳ୍ପ କାମ ସରୁନି। ଜମ୍ଭୀରା ଡ୍ୟାମ ପାଣି କେବେ ସହରବାସୀ ପାଇବେ?

୩- ବାରିପଦାରେ ବନ୍ଦ ହୋଇଯାଇଥିବା ଆୟୂରର୍ବେଦିକ ଓ ହୋମିଓପାଥିକ କଲେଜ କେବେ ମାନ୍ୟତା ମିଳିବ?

୪- ମୟୂରଭଞ୍ଜ ଏକ ବଡ଼ ଜିଲ୍ଲା। ତେଣୁ ରାଇରଙ୍ଗପୁରରେ ADM ଅଫିସ କେବେ ଖୋଲିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଏଡିଏମ୍‌ଙ୍କ ଅଫିସ ଖୋଲିନାହିଁ। ରାଇରଙ୍ଗପୁରରେ ADM ଅଫିସ କେବେ ଖୋଲିବ?

୫- ଛଉ ନୃତ୍ୟର ଉନ୍ନତୀକରଣ ପାଇଁ ଛଉ ରିସର୍ଚ୍ଚ ସେଣ୍ଟର ଖୋଲିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ସରକାର ଦେଇଥିବା ଏହି କଥା ପ୍ରାୟତଃ ଭୁଲି ଯାଇଛନ୍ତି। ଛଉ ରିସର୍ଚ୍ଚ ସେଣ୍ଟର କେବେ ଖୋଲିବ?

୬- ବାରିପଦା ମେଡିକାଲ୍‌ କଲେଜରେ ଡାକ୍ତର ଓ କର୍ମଚାରୀ ସମସ୍ୟା ଦେଖାଦେଉଛି। ଏହି ସମସ୍ୟା କେବେ ଦୂର ହେବ?

୭- ବାରିପଦା ରିଙ୍ଗ ରୋଡ୍‌ କେବେ ହେବ?

୮- ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ କେବେ ପଟା ମିଳିବ?

୯- ବାରିପଦା ସହରରେ ଫ୍ଲାଏ ଓଭର କେବେ କାମ ଆରମ୍ଭ ହେବ?

୧୦- ବକେୟା ଦରମା ପାଇବା ପାଇଁ ୧୦ ଦିନ ହେଲା ଜିଲ୍ଲାପାଳଙ୍କ ଅଫିସ ଆଗରେ ବସିଥିବା କୋଭିଡ୍‌ ଯୋଦ୍ଧା ଏଏନ୍‌ଏମ୍‌ଙ୍କୁ କେବେ ଦରମା ଦିଆଯିବ?

ସୂଚନାରୁ ପ୍ରକାଶ, ବାରିପଦା ଟାଉନ୍‌ ନିକଟସ୍ଥ ଭୁଗୁଡ଼ାରେ ଶ୍ରୀରାମ ମନ୍ଦିର ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିଲେ। ଏଥିରେ ଅନ୍ୟତମ ଅତିଥିଭାବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ମୟୂରଭଞ୍ଜ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସହ ଉପାଧ୍ୟକ୍ଷ ବିଶେଶ୍ୱର ଟୁଡୁ ଓ ବାରିପଦା ବିଧାୟକ ପ୍ରକାଶ ସୋରେନ ପ୍ରମୁଖ ଯୋଗଦେଇଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here