ଜଷ୍ଟିସ ବିଜୟକୃଷ୍ଣ ପଟେଲ ହେଲେ ଓଡିଶା ମାନବାଧିକାର କମିଶନର

ଭୁବନେଶ୍ବର : ଓଡ଼ିଶା ମାନବାଧିକାର କମିଶନର ପଦରେ ନୂତନ ଭାବେ ନିଯୁକ୍ତ ହେଲେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଜୟକୃଷ୍ଣ ପଟେଲ। ରାଜ୍ୟପାଳ ଗଣେଶୀ ଲାଲ ଜଷ୍ଟିସ ପଟେଲଙ୍କ ନିଯୁକ୍ତି ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇ ଜଷ୍ଟିସ ପଟେଲଙ୍କ ନାମ ସୁପାରିଶ କରା ଯାଇଥିଲା। 

ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର ୧୪ରୁ ଜଷ୍ଟିସ ବିପି ଦାସଙ୍କ ଅବସର ପରେ ଓଡିଶା ମାନବାଧିକାର କମିଶନର ଅଧ୍ୟକ୍ଷ ପଦବୀ ଖାଲି ପଡିଥିଲା। ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ କ୍ରମେ ଜଷ୍ଟିସ ବିଜୟକୃଷ୍ଣ ପଟେଲଙ୍କୁ ନିଯୁକ୍ତି ପ୍ରଦାନ କରା ଯାଇଛି। ୨୦୦୮ରୁ ୨୦୧୫ ମଧ୍ୟରେ ଜଷ୍ଟିସ ପଟେଲ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here