ଆଇଆଇଏଫ୍‌ଏଲ ଡକାୟତି; ମାନାପୁରମ୍‌ ଶାଖା ପରିଚାଳକ ପୀତାମ୍ବର ଗିରଫ

କଟକ: ନୟାସଡ଼କ ଆଇଆଇଏଫଏଲରେ ଯେଉଁ ଢଂଗରେ ଡକାୟତି ହୋଇଛି, ସମାନ ଧରଣର ଡକାୟତି ରାଉରକେଲା, ପଞ୍ଜାବ ଓ ଗୁଜୁରାଟରେ ଥିବା ଆଇଆଇଏଫଏଲ ଶାଖାରେ ବି ହୋଇଥିବା ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ଢିଲା ସୁରକ୍ଷା ବ୍ୟବସ୍ଥା ଥିବା ଉକ୍ତ ଶାଖାରେ ସୁନା ଅଳଙ୍କାର ଲୁଟ୍‌ ହୋଇଛି। ତେବେ ଆଇଆଇଏଫଏଲରେ କେଳେଙ୍କାରୀ ଓ ଡକାୟତି ପଛରେ ଏକ ଅନ୍ତଃରାଜ୍ୟ ରାକେଟ୍‌ କାମ କରୁଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ବଜ୍ରକବାଟି ମାନାପୁରମ୍‌ ଗୋଲ୍ଡ ଲିମିଟେଡ୍‌ରେ ଦ୍ବିତୀୟ ଥର ଆଉ ଜଣେ ଶାଖା ପରିଚାଳକ ପୀତାମ୍ବର ସାହୁ ଗିରଫ ହୋଇଛନ୍ତି।

ନୟାସଡ଼କ ଆଇଆଇଏଫଏଲ୍‌ରେ ସୁନା କେଳେଙ୍କାରୀ ଲିଙ୍କ୍‌ରେ ଲାଲବାଗ ଥାନା ପୁଲିସ ଆଲାମଚାନ୍ଦ ବଜାରର ପୀତାମ୍ବରଙ୍କୁ ଆଜି ଗିରଫ କରିଛି। ଆଇଆଇଏଫଏଲରୁ ଲାଲା ଅମୃତ ସାଗର ରାୟ ଯେଉଁ ସୁନା ଅଳଙ୍କାର ଲୁଟ୍‌ କରିଥିଲା, ସେହି ଅଳଙ୍କାର ବଜ୍ରକବାଟି ମାନାପୁରମ୍‌ରେ ନକଲି ପରିଚୟପତ୍ର ବ୍ୟବହାର କରି ନକଲି ଆକାଉଣ୍ଟରେ ଜମା କରିଥିଲା। ଏହି କେଳେଙ୍କାରୀ ପୀତାମ୍ବରଙ୍କର ଜାଣତରେ ହୋଇଥିବା କୁହାଯାଉଛି। ବୁଧବାର ମାନାପୁରମରେ ପୁଲିସ ଚଢ଼ଉ କରି ୧୫ରୁ ଅଧିକ ନକଲି ଆକାଉଣ୍ଟ ଚିହ୍ନଟ କରିବା ସହିତ ପ୍ରାୟ ୮ କେଜି ଓଜନର ଆଇଆଇଏଫଏଲ ଶାଖାର ସୁନା ଜବତ କରିଥିଲା। ଗତ ବୁଧବାର ପୀତାମ୍ବରଙ୍କର ବିବାହ ହେବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ପୁଲିସ ୧୯ ତାରିଖରେ ଡକାୟତି ପରେ ବାରମ୍ବାର ଜେରା କରିବା ପରେ ବିବାହ ବାତିଲ୍‌ ହୋଇଥିବା କୁହାଯାଉଛି। ଅନ୍ୟପଟେ ନୟାସଡ଼କ ଆଇଆଇଏଫଏଲ ଫାଇନାନ୍ସ କେଳେଙ୍କାରୀ ଓ ଡକାୟତି ମାମଲାରେ ଲାଲବାଗ ଥାନା ପୁଲିସ କରିତକର୍ମା ଲାଲା ଅମୃତ ସାଗର ରାୟ ସମେତ ଡକାୟତିରେ ସାମିଲ ଥିବା ସନ୍ତୋଷ ଭୋଇ, ପବିତ୍ର କୁମାର ବେହେରା, ପ୍ରକାଶ କୁମାର ସାହୁ ଏବ˚ ରାଜକିଶୋର ସାହୁକୁ ୩ ଦିନିଆ ରିମାଣ୍ତରେ ଆଣି ଆଜିଠାରୁ ମୁହାଁମୁହିଁ ଜେରା ଆରମ୍ଭ କରିଛି। ଏହି ୫ ଜଣଙ୍କୁ ନୟାସଡ଼କ ଆଇଆଇଏଫଏଲ ଫାଇନାନ୍ସକୁ ଆଜି ଦିନ ପ୍ରାୟ ୩ଟା ବେଳେ ପୁଲିସ ଆଣିଥିଲା।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here