ପରୀ ହତ୍ୟା ମାମଲା : ଗୃହରେ ବିବୃତ୍ତି ରଖିଲେ ଅରୁଣ ସାହୁ

ଭୁବନେଶ୍ବର : ପରୀ ହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ଏ ନେଇ ଗୃହରେ ବିବୃତ୍ତି ରଖିଛନ୍ତି। ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, “ ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି। ଏହି ଘଟଣାରେ ମୁଁ ଗଭୀର ମର୍ମାହତ ହୋଇଛି। ମୁଁ ହିଂସାକୁ ବିରୋଧ କରେ। ପରୀ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ହେବା ଉଚିତ। ଏଥିରେ ଯେଉଁ ମାନଙ୍କର ସମ୍ପୃକ୍ତି ଅଛି ସେମାନେ ଦଣ୍ଡ ପାଇବା ଉଚିତ୍। ସତ୍ୟ ଉନ୍ମୋଚନ ହେବା ସହିତ ପରୀ ନ୍ୟାୟ ପାଇବା ଉଚିତ୍। ” 

ଉଲ୍ଲେଖଯୋଗ୍ୟ ଯେ, ପରୀ ହତ୍ୟା ମାମଲାରେ ବିରୋଧୀ ଦଳ ସଦସ୍ୟ ଗୃହରେ ହୋହାଲ୍ଲା କରିଥିଲେ। ଏହା ସହ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ କମ୍ପି ଉଠିଛି ଗୃହ। ଏ ନେଇ ବାଚସ୍ପତି ଆସନ୍ତା କାଲି ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି। ଅନ୍ୟପଟରେ ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here