ଡିସେମ୍ବର ୩୧ ଯାଏଁ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ସେବା ବାତିଲ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ଚଳାଚଳ ସେବା ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବାତିଲ କରାଯାଇଛି। ପୂର୍ବରୁ ‘ଡିଜିସିଏ’ ନଭେମ୍ବର ୩୦ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଚଳାଚଳ ସେବା ବାତିଲ କରିଥିଲା। 

ନଭେମ୍ବର ୨୬ରେ ‘ଡାଇରେକ୍ଟୋରେଟ ଜେନେରାଲ ଅଫ ସିଭିଲ ଏଭିଏସନ’ ଜାରି କରିଥିବା ଏକ ସର୍କୁଲାରରେ କହିଛି ଯେ, ଭାରତ ସହିତ ଗମନାଗମନ କରୁଥିବା ସମସ୍ତ ନିର୍ଦ୍ଧାରିତ ଆନ୍ତର୍ଜାତିକ ବ୍ୟାବସାୟିକ ଯାତ୍ରୀବାହୀ ବିମାନ ସେବା ଡିସେମ୍ବର ୩୧ ପର୍ଯ୍ୟନ୍ତ ସ୍ଥଗିତ ରହିବ। କିନ୍ତୁ ‘ଡିଜିସିଏ’ ଦ୍ୱାରା ଅନୁମୋଦିତ ବିମାନ ସେବା ଓ ମାଲବାହୀ ବିମାନ ଚଳାଚଳ ପ୍ରତି ଏହି କଟକଣା ପ୍ରଯୁଜ୍ୟ ନୁହେଁ। କ୍ଷେତ୍ର ବିଶେଷରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ଅଳ୍ପ କିଛି ରୁଟରେ ଆନ୍ତର୍ଜାତିକ ବିମାନ ଚାଲିପାରିବ।

ଉଲ୍ଲେଖଯୋଗ୍ୟ ଯେ, କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ମାର୍ଚ୍ଚ ୨୩ ତାରିଖରୁ ଭାରତ ନିର୍ଦ୍ଧାରିତ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ଚଳାଚଳ ସେବା ବାତିଲ କରିଥିଲା। କିନ୍ତୁ ‘ଏୟାର ବବଲ୍’ ବ୍ୟବସ୍ଥା ଜରିଆରେ ମେ ମାସରୁ ଆନ୍ତର୍ଜାତିକ ବିମାନ ଚଳାଚଳ କରୁଛି।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here