ହ୍ୱାଇଟ ହାଉସ ରେ ସ୍ଥାନ ପାଇଲେ ଆଉ ଜଣେ ଭାରତୀୟ ମହିଳା।

ୱାଶିଂଟନ : ସାରା ବିଶ୍ୱରେ ଭାରତୀୟ ମାନେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ଆସନ୍ତା ଜାନୁଆରୀ ୨୦ ତାରିଖରୁ ଆମେରିକାରେ ବାଇଡେନ ପ୍ରଶାସନର କାର୍ଯ୍ୟକାଳ ଆରମ୍ଭ ହେବ। ହ୍ୱାଇଟ ହାଉସରେ ଆଉ ଜଣେ ଭାରତୀୟ ମହିଳାଙ୍କ ସ୍ଥାନ ରହିଛି। ସେ ହେଉଛନ୍ତି ମାଳା ଆଡିଗା। ତାଙ୍କୁ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତିଙ୍କ ପତ୍ନୀ ଜିଲ ବାଇଡେନଙ୍କ ନୀତି ନିର୍ଦ୍ଦେଶିକା ନିଯୁକ୍ତି ଦିଆଯାଇଛି। ମାଳା ଆଡିଗାଙ୍କ ନିଯୁକ୍ତି ପରେ କର୍ଣ୍ଣାଟକର ଉଡୁପି ଜିଲ୍ଲାର କୁନ୍ଦୁପୁର ଅନ୍ତର୍ଗତ କାକୁନ୍ଜେ ଗାଁ ଚର୍ଚ୍ଚାକୁ ଆସିଛି। କର୍ଣ୍ଣାଟକ ବ୍ୟାଙ୍କ ଲିଃ ପ୍ରତିଷ୍ଠାତା କେ ସୂର୍ଯ୍ୟନାରାୟଣଙ୍କ ପରିବାର ସହ ମାଳା ଜଡିତ ଏବଂ ପୁରସ୍କାର ବିଜେତା ଅରବିନ୍ଦ ଆଡିଗାଙ୍କର ସେ ସମ୍ପର୍କୀୟା।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେ ମାଳା ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ। ସେ ବାଇଡେନ ଓ କମଲା ହାରିସଙ୍କ ନିର୍ବାଚନ ଅଭିଯାନରେ ବରିଷ୍ଠ ନୀତି ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛନ୍ତି। ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପ୍ରଶାସନରେ ମାଳା ଜଡିତ ଥିଲେ। ସେତେବେଳେ ସେ ଶିକ୍ଷା ଓ ସଂସ୍କୃତି ବିଭାଗର ଏକାଡେମୀ ପ୍ରୋଗ୍ରାମର ଉପ ସହକାରୀ ସଚିବ ରହିଥିଲେ। ସେ ଜାତୀୟ ସୁରକ୍ଷା କର୍ମଚାରୀଙ୍କ ସହ ମାନବିକ ଅଧିକାରର ନିର୍ଦ୍ଦେଶକ ମଧ୍ୟ ଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here