ଡିସେମ୍ବର ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର :

ନୂଆଦିଲ୍ଲୀ : ଦେଶରେ ଅନେକ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଏଭଳି ମହାମାରୀ ସ୍ଥିତିର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ସତର୍କତାମୂଳକ ପଦକ୍ଷେପ ଘୋଷଣା କରିଛନ୍ତି। ତୃତୀୟ ଲହରୀ କରୋନା ସଂକ୍ରମଣ ରୋକିବା ପାଇଁ ଜାରି ହୋଇଥିବା ଗାଇଡଲାଇନ ଆସନ୍ତା ଡିସେମ୍ବର ୧ରୁ ୩୧ ପର୍ଯ୍ୟନ୍ତ ଲାଗୁ କରାଯିବ। 

ଗାଇଡଲାଇନ ଅନୁଯାୟୀ, କୌଣସି ସ୍ଥାନୀୟ ଅଞ୍ଚଳର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉକ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର କଟକଣା ଜାରି କରିପାରିବେ। କଣ୍ଟେନମେଣ୍ଟ ଜୋନରେ କଟକଣା କଡାକଡି ଭାବେ ପାଳନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସର ଦ୍ୱାୟିତ୍ୱ ରହିବ। ଏହି ଜୋନରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ। ତେବେ ଆବଶ୍ୟକ ପଡିଲେ, ରାତ୍ରିକାଳୀନ କର୍ଫ୍ୟୁ ପାଇଁ ମଧ୍ୟ ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦିଆଯାଇଛି। ଏ ସମସ୍ତ କଟକଣା କେବଳ କଣ୍ଟେନମେଣ୍ଟ ଜୋନରେ ହିଁ ଲାଗୁ କରାଯିବ। 

ରାଜ୍ୟରେ ସାଧାରଣ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ରାଜ୍ୟ ସରକାର ନିୟମକୁ କଡାକଡି ଭାବେ ଲାଗୁ କରିବେ। ଏହା ସହ ଅଫିସଗୁଡିକରେ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ କର୍ମଚାରୀଙ୍କ ଉପସ୍ଥାନ ହ୍ରାସ ଓ ସମୟରେ ପରିବର୍ତ୍ତନ ଆଦି ପଦକ୍ଷେପ ନିଆ ଯାଇପାରିବ। ସେହିପରି କଣ୍ଟେନମେଣ୍ଟ ଜୋନ ବାହାରେ ରାଜ୍ୟସ୍ତର, ଜିଲ୍ଲା, ସବଡିଭିଜନ କିମ୍ବା ସହରସ୍ତରରେ କେନ୍ଦ୍ର ସରକାରଙ୍କ ବିନା କୌଣସି କଟକଣା ଲାଗୁ କରାଯିବ ନାହିଁ ବା ଲକଡାଉନ ଓ ସଟଡାଉନ ଭଳି ନିୟମ ମଧ୍ୟ ଲାଗୁ କରାଯାଇ ପାରିବ ନାହିଁ। 

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here