ଟ୍ରେନ ଆଗକୁ ଡେଇଁ ପଡି ମହିଳାଙ୍କ ମୃତ୍ୟୁ

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପିଙ୍ଗୁଆ ଗ୍ରାମର ଜଣେ ମହିଳା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ପିଙ୍ଗୁଆ ଗ୍ରାମ ଦେଇ ଯାଇଥିବା ନାଲକୋ ରେଳ ଲାଇନ ରେ ପିଙ୍ଗୁଆ ଗ୍ରାମର ଗୀତାଞ୍ଜଳି ରାଉତ (୫୪)ଆତ୍ମହତ୍ୟା କରିଛନ୍ତି । ନାଲକୋର ଯାଉଥିବା ପରିବହନ ରେଳ ଗାଁ ରହିଥିବା ସ୍ଥାନ ଅଞ୍ଚଳରେ ଧୀରେ ଧୀରେ ଯାଇଥାଏ । ଆଜି ଟ୍ରେନ ଧିରେ ଧିରେ ଯାଉଥିବା ବେଳେ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିବା ମହିଳା ଏକ ଗଛ ବୁଦା ମୂଳେ ଲୁଚି ରହିଥିଲେ ଏବଂ ଟ୍ରେନ ଆସିବା ମାତ୍ରେ ମହିଳା ଜଣକ ଟ୍ରେନ ସମୁଖରେ ଶୋଇ ପଡ଼ିଥିଲେ ।ଘଟଣା ସ୍ଥଳରେ ମହିଳାଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇ ଯାଇଥିଲା ।ଖବର ପାଇ ଟ୍ରେନ ଚାଳକ ନାଲକୋ ସୁରକ୍ଷାକର୍ମୀ ସିଆଇଏସଏଫକୁ ସୂଚନା ଦେଇଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here