ଶହିଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ପାଳିତ

ପୁରୀ- ତା. ୨୩.୧୧.୨୦୨୦- ଶହିଦ ଜୟୀ ରାଜଗୁରୁଙ୍କ ଜିଲ୍ଲାସ୍ତରୀୟ ୨୮୨ତମ ଜନ୍ମ ଜୟନ୍ତୀ ଆଜି ପାଳିତ ହୋଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଏବଂ ଶହିଦ୍ ଜୟୀ ରାଜଗୁରୁ ସ୍ମୃତି ପରିଷଦ ମିଳିତ ଆନୂକୁଲ୍ୟରେ ପାଳିତ ଏହି ଜୟନ୍ତୀରେ ଷ୍ଟେସନ ନିକଟସ୍ଥ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀ, ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଗୁରବୀର ସିଂ, ପରିଷଦର କର୍ମକର୍ତ୍ତା ଶ୍ରୀ ଶିବ ପ୍ରସାଦ ମିଶ୍ର, ଶ୍ରୀ ନୃସିଂହ ମିଶ୍ର, ଶ୍ରୀ ଉମାବଲ୍ଲଭ ମହାପାତ୍ର, ଶ୍ରୀମତୀ ପ୍ରତିମା ମିଶ୍ର ଏବଂ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ମାଲ୍ୟାର୍ପଣ କରିଥିଲେ । କୋଭିଡ ଗାଇଡଲାଇନ ପାଳନ ପୂର୍ବକ ନିରାଡମ୍ବର ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆଜି ପ୍ରତ୍ୟୁଷରେ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ବୀରହରେକୃଷ୍ଣପୁର ଏବଂ ବୀରହରେକୃଷ୍ଣପୁର ଛକସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ପରିଷଦର ଶ୍ରୀ ଜଟାଧାରୀ ମିଶ୍ର ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here