ବଣେଇ ଉପଖଣ୍ଡ ଲହୁଣୀପଡା ଥାନାର ଟକରା ଛକ ଠାରେ ବାଇକ କୁ ପିଟିଲା ଟ୍ରକ, ବାଇକ ଚାଳକର ମୃତ :

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ବାଇକ ଚାଳକ । ପୁନଶ୍ଚ ଏକ ଦୁର୍ଘଟଣାରେ ଜନୈକ ଯୁବକର ଅମୂଲ୍ୟ ଜୀବନ ଚାଲିଗଲା । ସମୟ ସ୍ଥାନ କାଳ ପାତ୍ର ନ ଜାଣି ମାଡି ଆସେ ମୃତ୍ୟୁ । ପରିବାର ଚାହିଁ ଥିବେ ଫେରିବା ବାଟକୁ ହେଲେ ଘରେ ପହଞ୍ଚିବ ଶବ । ଏଭଳି ଏକ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣା ଘଟିଯାଇଛି ଟକରା ଛକରେ । ସୁନ୍ଦରଗଡ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଟକରା ଛକରେ ହାଇଓ୍ବା ଓ ବାଇକ ଧକ୍କାରେ ବାଇକ ଚାଳକ ମୃତ୍ୟୁ ବରଣ କରିଛନ୍ତି ଘଟଣାସ୍ଥଳରେ । ବରସୁଆଁ ସ୍ଥିତ ଦଲଙ୍ଗ ପଟା ଅଞ୍ଚଳରୁ ଜନୈକ ୨୮ ବର୍ଷୀୟ ଯୁବକ ସୋମନାଥ ମୁଣ୍ଡା ଲହଣୀପଡା ଥାନା ଅନ୍ତର୍ଗତ କିଷାନ ଟାଙ୍ଗରପାଲିର ବାସୀନ୍ଦା ନିଜର ଓଡି ୧୪ ଭି ୪୪୧୩ ନଂ ବାଇକରେ ଲହୁଣୀ ପଡାକୁ ଆସୁଥିବା ବେଳେ ଲହୁଣୀପଡାରୁ ଦ୍ରୁତ ଗତିରେ ବରସୁଆଁ ଆଡକୁ ଯାଉଥିବା ଓଡି ୧୯ କ୍ୟୁ ୦୯୯୬ ନଂ ଏକ ହାଇଓ୍ବା ଟ୍ରକଟି ବାଇକକୁ ଧକ୍କା ଦେବାରୁ ବାଇକ ଚାଳକ ସୋମନାଥଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ଲହୁଣୀପଡା ଥାନା ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ହାଇଓ୍ବା ଓ ବାଇକକୁ ଜବତ କରିବା ସହିତ ମୃତ ସୋମନାଥଙ୍କର ଶବକୁ ମଧ୍ୟ ଜବତ କରିଥିଲେ । ଏ ନେଇ ଲହୁଣୀପଡା ଥାନାରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ଲହୁଣୀପଡା ପୋଲିଶ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here