ଆଜିଠୁ ପଞ୍ଚୁକ : ବିନା ଭକ୍ତରେ ମହାପ୍ରଭୁଙ୍କ ରୀତିନୀତି

ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ମହାପଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳାୁଙ୍କ ଆଗମନରେ ଲାଗିଛି କୋଭିଡ କଟକଣା । ପଞ୍ଚୁକ ୫ ଦିନ ପାଞ୍ଚଟି ସ୍ବତନ୍ତ୍ର ବେଶରେ ଦର୍ଶନ ଦେବେ ମହାପ୍ରଭୁ।  ସବୁ ବର୍ଷ ଭଳି କିନ୍ତୁ ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ନାହିଁ । କରୋନା କଟକଣା କାରଣରୁ ଏଥର ବିନା ଭକ୍ତରେ ରୀତିନୀତି ଚାଲିଛି।

ଉଲ୍ଲେଖଯୋଗ୍ୟ କାର୍ତ୍ତିକ ମାସର ଶୁକ୍ଳ ଏକାଦଶୀକୁ ବଡ ଏକାଦଶୀ ଭାବରେ ମଧ୍ୟ ପାଳନ କରାଯାଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନରେ ଭଗବାନ ଶ୍ରୀହରି ବଳି ରାଜାଙ୍କ ରାଜ୍ୟରେ ଚାତୁର୍ମାସ୍ୟ ବିଶ୍ରାମ ପରେ ବୈକୁଣ୍ଠ ଫେରିଥିଲେ ।

ଆହୁରି ମଧ୍ୟ ଏହି ଏକାଦଶୀକୁ ପ୍ରବୋଧନା ଏକାଦଶୀ, ଦେବଉତଥାନ ଏକାଦଶୀ ବା ବଡ ଏକାଦଶୀ ଭାବରେ ମଧ୍ୟ ପାଳନ କରାଯାଇଥାଏ । ଆହୁରି ମଧ୍ୟ ବର୍ଷରେ ପଡୁଥିବା ୨୪ଟି ଯାକ ଏକାଦଶୀକୁ ପାପନାଶକ ଦିବସ ଭାବେ ଗ୍ରହଣ କରାଯାଉଥିଲେ ମଧ୍ୟ ଏହି ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି ।

ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ଆଜି ବୁଧବାର ଠାରୁ ମହାପ୍ରଭୁଙ୍କୁ ଲକ୍ଷ୍ମୀ ନାରାୟଣ ବେଶ କରାଯାଇଛି।କାର୍ତ୍ତିକ ମାସ ପଞ୍ଚୁକ ନୀତି ପାଇଁ ଶ୍ରୀମନ୍ଦିରରେ ଭୋର ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଥିବା ବେଳେ ସେହି ଅନୁଯାୟୀ ଅନ୍ୟାନ୍ୟ ନୀତି ଚାଲିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here