ମାଇଁ ସିଟି ଲିଙ୍କ୍ ପକ୍ଷରୁ ଫ୍ରିଡମ୍ ଫେଷ୍ଟ ୨୦୨୦ ୫ମ ରୁ ୧୦ମ ପିଲାଙ୍କ ପାଇଁ କଳା, ପ୍ରତିଭା ଓ ସୃଜନଶୀଳତା ପ୍ରତିଯୋଗିତା

ଭୁବନେଶ୍ୱର:୨୪/୧୧; କୋଭିଡ୍‌-୧୯ ମହାମାରୀ ସମସ୍ତଙ୍କ ପାଇଁ ଏକ ସଙ୍କଟ ହୋଇ ଛିଡାହୋଇଥିଲା । ସରକାରୀ ଓ ବେସରକାରୀ ସ୍କୁଲ୍ ଦୀର୍ଘ ଦିନ ଧରି ବନ୍ଦ ରହିଲା । କେବଳ ଅନ୍‌ଲାଇନ୍ କ୍ଲାସ୍ ଓ ମନୋରଞ୍ଜନ ମଧ୍ୟରେ ସିମୀତ ହୋଇ ରହିଥିଲେ ଛାତ୍ରଛାତ୍ରୀ । ଏହି ସମୟରେ ପିଲାମାନଙ୍କ ପାଇଁ ଏକ ପ୍ରକାର ସୁଯୋଗ ଆଣିଥିଲା ମାସିକ ଇଂରାଜୀ ପତ୍ରିକା ମାଇଁ ସିଟି ଲିଙ୍କ୍ । ପିଲାମାନଙ୍କ ପାଠ ପଢା ସହିତ କିପରି ସେମାନଙ୍କର ବୈାଦ୍ଧିକ ବିକାଶ ଓ ନିଜ ଭିତରେ ନିଜର ପ୍ରତିଭାକୁ ଚିହ୍ନିପାରିବେ ଏନେଇ କଳା ଓ ସୃଜନଶୀଳତାର ପ୍ରତିଯୋଗୀତା ଆରମ୍ଭ ହୋଇଥିଲା । ଯେଉଁଥିରେ ପଞ୍ଚମରୁ ଦଶମଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

ସ୍ୱାଧିନତା ଦିବସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ଯେଉଁଥିରେ ଓଡିଶାର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିଥିଲେ । ପିଲାମାନଙ୍କ କଳା ପ୍ରଦର୍ଶନକୁ ବିଚାର କରି ସଠିକ୍ ମାର୍ଗଦର୍ଶନ ପାଇଁ ପ୍ରତେକ ବିଭାଗରୁ ବିଶେଷଜ୍ଞ ମାନଙ୍କୁ ନେଇ ବିଚାରକ ମଣ୍ଡଳୀ ପ୍ରସ୍ତୁତ କରାଯାଇଥିଲା ।

ପ୍ରତିଯୋଗୀତାର ୨୪ ଜଣ କୃତି ପ୍ରତିଯୋଗୀମାନେ ଆଜି ଭୁବନେଶ୍ୱର ମାଷ୍ଟର୍‌କ୍ୟାଣ୍ଟିନ୍ ବୋକା କାଫେ ଠାରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଉପସ୍ଥିତ ରହି ନିଜର ପୁରସ୍କାର ଗ୍ରହଣ କରିଛନ୍ତି । କୋଭିଡ୍ ଗାଇଡ୍‌ଲାଇନ୍‌କୁ ନଜରରେ ରଖି ଅନେକ ଅଂଶଗ୍ରହଣକାରୀ କାର୍ଯ୍ୟକ୍ରମରେ ଯୋଗ ନଦେଇପାରି ଅନ୍‌ଲାଇନ୍ ମାଧ୍ୟମରେ ମଧ୍ୟ ଯୋଡି ହୋଇଥିଲେ ।

କାର୍ଯ୍ୟକ୍ରମରେ ଓଡିଶାର ପ୍ରତିଷ୍ଠିତ ଉଦ୍ୟୋଗୀକ ତଥା ମାଇଁ ସିଟି ଲିଙ୍କ୍‌ର ସମ୍ପାଦକ ସତ୍ୟବ୍ରତ ସାନୁ ରଥୋ, ପ୍ରିଲ୍ୟୁଡ୍ ନିର୍ଦ୍ଦେଶକ ସୋନୁ ନନ୍ଦ, ମାଇଁ ସିଟି ଲିଙ୍କ୍ ସହଯୋଗୀ ସମ୍ପାଦିକା ତଥା ଆଙ୍କର୍ ଦୀକ୍ଷା ତ୍ୱିୟାରୀ, ଓଡିଆ ଆଙ୍କର୍ ସୁଲଗ୍ନା ରାଉତରାୟ, ସଙ୍ଗୀତ କଳାକାର ଜି ଦୁର୍ଗା ପ୍ରସାଦ, ବିଶିଷ୍ଟ କଳାକାର ତଥା ଓଡିଶା ଫିଲ୍ମ ଡେଭେଲପ୍‌ମେଣ୍ଟ୍‌ର ଚେୟାର୍‌ମାନ୍ କୁନା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।

ମହାମାରୀକୁ ଆଖି ଆଗରେ ରଖି କାର୍ଯ୍ୟକ୍ରମରେ ମଧ୍ୟ ‘କୋଭିଡ୍‌-୧୯ରେ ପିଲାମାନଙ୍କ ମାନସିକ ପ୍ରଭାବ’ ବିଷୟରେ ସୁସ୍ମୀତା ବାଗ୍‌ଚୀଙ୍କ ଦ୍ୱାରା ଏକ ୱେବିନାର୍ ଆୟୋଜନ କରାଯାଇଥିଲା । ଯେଉଁଥିରେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କ ସହିତ ସେମାନଙ୍କର ମାତାପିତା ଓ ପରିବାର ସଦସ୍ୟ ଯୋଡି ହୋଇପାରିଥିଲେ ।

ଅନ୍‌ଲାଇନ୍ ମାଧ୍ୟମରେ ଆୟୋଜନ କରାଯାଇଥିବା ଫ୍ରିଡମ୍ ଫେଷ୍ଟ ୨୦୨୦ କାର୍ଯ୍ୟକ୍ରମ ଦୁଇ ସପ୍ତାହ ଧରି ଚାଲୁ ରହିଥିଲା । ଅଗଷ୍ଟ ୧୫ରୁ ୩୦ ପର୍ଯ୍ୟନ୍ତ ଚାଲୁ ରହିଥିବା ଏହି କାର୍ଯ୍ୟକ୍ରମରେ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ ପରିବେଷଣ, ଆଙ୍କରିଙ୍ଗ୍‌, କ୍ରାଫ୍ଟ ମେକିଙ୍ଗ୍‌, ବେଷ୍ଟ ଆଉଟ୍ ଅଫ ୱେଷ୍ଟ, ଭଳି ବିଭିନ୍ନ୍ନ ପ୍ରତିଯୋଗୀତାକୁ ସ୍ଥାନ ଦିଆଯାଇଥିଲା । ମହାମାରୀରେ ମଧ୍ୟ ଛାତ୍ରଛାତ୍ରୀମାନେ ଘରେ ରହି ଭିଡିଓ କନ୍‌ଫରେନ୍ସ୍ ମାଧ୍ୟମରେ ତାଙ୍କର ସମୟକୁ ସଠିକ୍ ଉପଯୋଗ କରି ପାରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here