ଯୁକ୍ତ ତିନି ନାମଲେଖା ଅବଧି ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା ଅବଧି ବୃଦ୍ଧି ପାଇଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଡିସେମ୍ବର ୫ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସ୍ପଟ ଓ ୱେଟିଂ ଆଡମିସନ ଚାଲିବ। ଏହା ସହ ଡିସେମ୍ବର ୯ ତାରିଖ ସନ୍ଧ୍ୟା ୫ଟା ଯାଏଁ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। 

ସୂଚନାଯୋଗ୍ୟ ଯେ, ସ୍ପଟ ଆଡମିସନ ପାଇଁ ନଭେମ୍ବର ୧୧ରୁ ୧୪ ଯାଏଁ ପ୍ରକ୍ରିୟା ଚାଲିଥିଲା। ଏହାର ମେଧାବୀ ତାଲିକା ନଭେମ୍ବର ୧୭ ତାରିଖରେ ସାମସ ୱେବସାଇଟରେ ପ୍ରକାଶ ପାଇଥିଲା। ପୂର୍ବରୁ ନଭେମ୍ବର ୨୭ ଯାଏଁ ଯୁକ୍ତ ତିନି ସ୍ପଟ ଆଡମିସନ ଚାଲିବ ବୋଲି ଘୋଷଣା କରା ଯାଇଥିଲା। କିନ୍ତୁ ଏବେ ଏହାର ଅବଧି ବୃଦ୍ଧି କରାଯାଇ ଆଗାମୀ ଡିସେମ୍ବର ୫ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here