ବିଧାନସଭା ଆଗରେ ଦମ୍ପତ୍ତିଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର : ବିଧାନସଭା ଆଗରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କଲେ ଦମ୍ପତି। ଆଜି ବିଧାନସଭା ଚାଲିଥିବା ସମୟରେ ରାସ୍ତାରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବିଧାନସଭାର ହାଇସିକ୍ୟୁରିଟ୍‌ ଜୋନ୍‌ରେ ହଠାତ ଦମ୍ପତି ନିଜ ଦେହରେ କିରୋସିନ ଠାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ତେବେ ସଠିକ ସମୟରେ ଘଟଣାସ୍ଥଳରେ ଥିବା ପୁଲିସ କର୍ମଚାରୀ ଦମ୍ପତିଙ୍କୁ କାବୁ କରିନେଇଥିଲେ।

ଏହି ଦମ୍ପତ୍ତି ହେଲେ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯୁଦୁପୁର ଗାଁର ସୌଦାମିନୀ ସାହୁ ଓ ଅଶୋକ ସାହୁ। ତେବେ ବିଧାନସଭା ଆଗରେ ଏଭଳି କରିବା ପଛର କାରଣ ନିଜ ଝିଅ ପାଇଁ ନ୍ୟାୟ ଦାବି ବୋଲି ସେମାନେ କହିଛନ୍ତି।

ସୂଚନା ଅନୁସାରେ ଗତ ୩ ମାସ ତଳେ ଅଶୋକ ସାହୁ ଓ ସୌଦାମିନୀ ସାହୁଙ୍କ ୫ ବର୍ଷୀୟ ଝିଅ ହଠାତ ଦିନେ ନିଖୋଜ ହୋଇ ଯାଇଥିଲା। ଏହାପରେ ଝିଅର ମୃତଦେହ ମିଳିଥିଲା। ତାଙ୍କ ଝିଅକୁ ହତ୍ୟା କରିଯାଇଥିବା ସୌଦାମିନି ଓ ଅଶୋକ ଅଭିଯୋଗ କରିଥିଲେ। ଅଭିଯୋଗ ସତ୍ତ୍ୱେ ପୋଲିସ, ପ୍ରଶାସନ କେହି ବି ସେମାନଙ୍କ କଥା ଶୁଣିନଥିବାରୁ ସେମାନେ ଆଜି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରି ନ୍ୟାୟ ମାଗିଛନ୍ତି।

ଏହାପୂର୍ବରୁ ମଧ୍ୟ ବିଧାନସଭାରେ ମୌସୁମୀ ଅଧିବେଶନ ଚାଲିଥିଲାବେଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ନୟାଗଡ଼ର ଜଣେ ଯୁବକ ନିଜ ମା’ ବେକରେ ଛୁରୀ ଲଗାଇ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଠିକଣା ସମୟରେ ପୋଲିସ ଯୁବକଙ୍କୁ କାବୁ କରିଥିଲା।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here