ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗ ଓ୍ଵାର୍ଡରେ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ଔଷଧପତ୍ର ନଷ୍ଟ

ବରଗଡ଼: ରବିବାର ବିଳମ୍ବିତ ରାତ୍ରୀରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉପର ତାଲାରେ ଥିବା ଶିଶୁ ବିଭାଗ ଓ୍ଵାର୍ଡରେ ନିଆଁ ଲାଗିଯିବାରୁ ବହୁ ଔଷଧପତ୍ର ଓ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।

ଡାକ୍ତରଖାନାର କର୍ମଚାରୀଙ୍କ ଠାରୁ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ, ନିଆଁର ପ୍ରକୋପ ଅତି ଭୟଙ୍କର ଥିବାରୁ ଅଗ୍ନିଶମ କର୍ମଚାରୀମାନେ ପ୍ରାୟ ଦୁଇ ତିନି ଘଣ୍ଟା ପରିଶ୍ରମ କରିବା ପରେ ତାହା ଆୟତ୍ତକୁ ଆସିଥିଲା।

ନିଆଁ ଲାଗିବାର କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଏଥିଯୋଗୁଁ ଶିଶୁ ବିଭାଗ ଓ୍ଵାର୍ଡରେ ଥିବା ଔଷଧପତ୍ର, ସାଲାଇନ୍‌, ବେଡ୍‌ ଏବଂ ଡାକ୍ତରଖାନାର ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପୋଡ଼ି ଅଙ୍ଗାର ହୋଇଯାଇଛି। ପୋଡ଼ି ଯାଇଥିବା ଔଷଧପତ୍ର ଓ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, କିଛି ଦିନ ହେବ ଶିଶୁ ବିଭାଗ ଓ୍ଵାର୍ଡର ଉପର ମହଲା ବନ୍ଦ ଥିବା ବେଳେ ତଳ ମହଲାରେ ରୋଗୀମାନଙ୍କୁ ଚିକିତ୍ସା କରାଯାଉଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here