ଏସସିବିରେ ଚିକିତ୍ସାଧିନ ଥିବା ଅଭିଯୁକ୍ତଙ୍କୁ ଭେଟିବାକୁ ପରିବାର ଲୋକଙ୍କୁ ଦିଆଗଲା ନାହିଁ ଅନୁମତି।

କଟକ : ପିପିଲି ଥାନାରେ ୭ ଦିନ ଧରି ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ନିର୍ଦ୍ଦୟ ଭାବରେ ପିଟିବାରୁ ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ହୋଇ ପଡିଥିଲେ। ନିମାପଡା ଜେଲ କର୍ତ୍ତୃପକ୍ଷ ସେମାନଙ୍କ ଅବସ୍ଥା ଦେଖି କଟକ ଏସସିବି ସ୍ଥାନାନ୍ତର କରିଦେଇଥିଲେ। ପିପିଲିର ଗୁରୁତର ଆହତ ମାନଙ୍କୁ କଡା ପୋଲିସ ପହରା ଭିତରେ ସର୍ଜରୀ ବିଭାଗରେ ରଖାଯାଇଛି। ସମସ୍ତଙ୍କୁ ଗୋଟିଏ ସ୍ଥାନରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ ସେହି ଜାଗାକୁ କାହାରିକୁ ଛାଡୁନି ପୋଲିସ। କେବଳ ଡାକ୍ତର ଓ କର୍ମଚାରୀମାନଙ୍କୁ ଛାଡି ଅନ୍ୟ କାହାକୁ ଛାଡୁନି ପୋଲିସ। 

ଆହତ ମାନଙ୍କ ଶରୀରରେ ଏକାଧିକ ସ୍ଥାନରେ କ୍ଷତ ହୋଇଥିବା ବେଳେ ମାଂସ ପଚି ଯାଇଛି। ପୋଲିସ ସେମାନଙ୍କୁ ଜଗି ବସିଛି।ତେବେ ଆହତ ଜଗନ୍ନାଥଙ୍କ ବାପା ଓ ଭାଇ ପିପିଲି ଥାନାର ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇ ଏସସିବି ରେ ପୁଅକୁ ଦେଖା କରିବାକୁ ପହଞ୍ଚି ଥିଲେ। ଭାଇ କୁ ଦେଖା କରିବାକୁ ୱାର୍ଡ଼ କୁ ଯାଇଥିବା ବେଳେ ପୋଲିସ ସେମାନଙ୍କୁ ଛାଡି ନଥିବା ତାଙ୍କ ଭାଇ ପୁଷ୍ପାଳକ ଅଭିଯୋଗ କରିଛନ୍ତି। ବାପା ପୁଅକୁ ଦେଖି ନ ପାରି ଭୋ ଭୋ କାନ୍ଦୁ ଥିବା ବେଳେ ପୋଲିସ ଦେଖା କରାଇ ଦେଲା ନାହିଁ ବୋଲି। ଏପରିକି ସେମାନଙ୍କୁ ଗାଳି ଗୁଲଜ କରିଥିବା ସେମାନେ ଅଭିଯୋଗ କରିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here