ନିରାପତ୍ତା ବଳ – ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ; ତିନି ମାଓବାଦୀ ନିହତ

ବିହାର : ବିହାରର ଗୟା ଜିଲ୍ଲାର ବାରାଚଟ୍ଟୀ ଅରଣ୍ୟ ଅଞ୍ଚଳରେ ଗତ କାଲି ବିଳମ୍ବିତ ରାତ୍ରି ତଥା ରାତ୍ରି ପ୍ରାୟ ୧୨.୩୦ ସମୟରେ ନିରାପତ୍ତା ବଳ ତଲାସି ଅଭିଯାନ ଚଳାଇବା ଆରମ୍ଭ କରିଥିଲେ। ଏହି ସମୟରେ ନିରାପତ୍ତା ବଳଙ୍କ ସହ ମାଓବାଦୀଙ୍କ ଗୁଳି ବିନିମୟ ହୋଇଥିଲା। ଯାହା ଫଳରେ ମାଓବାଦୀ ଜୋନାଲ କମାଣ୍ଡର ଆଲୋକ ଯାଦବଙ୍କ ସମେତ ତିନି ଜଣ ମାଓବାଦୀ ନିହତ ହୋଇଛନ୍ତି। ନିହତ ହୋଇଥିବା ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯିବା ସହ ଆହତ ହୋଇଥିବା ଅନ୍ୟ ଚାରି ଜଣ ମାଓବାଦୀଙ୍କୁ ଗୟାସ୍ଥିତ ଅନୁଗଡ଼ ନାରାୟଣ ମଗଧ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। 

ସୂଚନାଯୋଗ୍ୟ ଯେ, ମାଓ କମାଣ୍ଡର ଆଲୋକ ଯାଦବଙ୍କ ନାମରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରା ଯାଇଥିଲା। ଜଙ୍ଗଲ ଯୁଦ୍ଧାଭିଯାନ ନିମନ୍ତେ ଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳର ସ୍ୱତନ୍ତ୍ର ୟୁନିଟ ‘୨୦୫ କମାଣ୍ଡୋ ବାଟାଲିୟନ ଫର ରିସୋଲ୍ୟୁଟ ଆକ୍ସନ’ ଏବଂ ବିହାର ପୋଲିସ ଏହି ତଲାସି ଅଭିଯାନ ଚଳାଇଥିଲେ। ତେବେ ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ ରାଇଫଲ ଓ ଆଇଏନ୍ଏସ୍ଏଏସ ଜବତ କରାଯାଇଛି।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here