ସାକ୍ଷୀଗୋପାଳ ମନ୍ଦିରରେ ଧାରା ୧୪୪ ଲାଗୁ।

ପୁରୀ : କରୋନା ମହାମାରୀ ଯୋଗୁଁ ମନ୍ଦିର ବନ୍ଦ ରହିଥିବାରୁ ପର୍ବ ପର୍ବାଣୀ ନିରାଡମ୍ବରରେ ପାଳନ କରାଯାଉଛି। ଛଟ୍ ପୂଜା ପାଇଁ ଝାରସୁଗୁଡ଼ା ରେ ୧୪୪ ଧାରା ଜାରି କରାଯାଇଥିଲା। ସେହିପରି ସାକ୍ଷୀଗୋପାଳ ମନ୍ଦିର ଚାରି ପାଖରେ ୧୪୪ ଧାରା ଲାଗୁ ହୋଇଛି। ଆସନ୍ତାକାଲି ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ ନୀତିକାନ୍ତି ଅନୁଷ୍ଠିତ ହେବ। ୨୨ ତାରିଖରୁ ୨୫ ତାରିଖ ବଡ ଏକାଦଶୀ ଯାଏଁ ଏହି କଟକଣା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ମନ୍ଦିରରେ କେବଳ ସେବାୟତ ମାନେ ନୀତିକାନ୍ତି କରିବେ। ଏହା ସହ ସାକ୍ଷୀଗୋପାଳ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ମନା ହୋଇଛି। ଚନ୍ଦନ ପୋଖରୀ ଠାରୁ ସିଦ୍ଧବକୁଳ ଯାଏଁ ଲାଗୁ କରିଛି ପ୍ରଶାସନ। ଅଁଳା ନବମୀ ରେ ଏଠାରେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରିଛି ଜିଲ୍ଲା ପ୍ରଶାସନ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here