ଡବ୍ଲୁଏଚ୍ଓ ରେ ପୁଣି ଯୋଗ ଦେବ ଆମେରିକା : ଜୋ ବାଇଡେନ।

ୱାଶିଂଟନ : ଯୁକ୍ତରାଷ୍ଟ୍ର ଆମେରିକା ର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପ୍ରଶାସନ ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରେ ଯୋଗ ଦେବେ। ଏ ନେଇ ନିଜେ ଜୋ ବାଇଡେନ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଚୀନରେ କରୋନା ଭାଇରସ ସଂକ୍ରମଣ ଆରମ୍ଭ ସମୟରେ ଡବ୍ଲୁଏଚ୍ଓ ଗୁରୁତ୍ବ ଦେଇ ନ ଥିବା ଦୋଷାରୋପ କରି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ମାସରେ କହିଥିଲେ ଯେ ଆମେରିକା ଏଥିରୁ ଓହରି ଯିବ। ବେଜିଙ୍ଗର ଆଚରଣ ଅନୁସାରେ ଚୀନ ପ୍ରତି ଦଣ୍ଡବିଧାନ କରିବାକୁ ଚାହାଁନ୍ତି ବୋଲି ରାଷ୍ଟ୍ରପତିୟ ବିତର୍କରେ ବାଇଡେନ ଏହି ମନ୍ତବ୍ୟ ଦେଇଛନ୍ତି। ତାଙ୍କୁ ପଚରା ଯାଇଥିଲା ବିଶ୍ୱର ଦ୍ୱିତୀୟ ବୃହତ୍ ଅର୍ଥନୀତି ଚୀନ ପ୍ରତି ଯେଉଁ ଦଣ୍ଡବିଧାନ କରାଯିବ ସେଥିରେ ସେ ଆର୍ଥିକ କଟକଣା ଲାଗୁ କରାଯିବ କି? ସେ କହିଛନ୍ତି ଯେ ଏହା ଚୀନ ପ୍ରତି ଦଣ୍ଡବିଧାନ ନୁହେଁ। ସର୍ତ୍ତ ଅନୁସାରେ କାର୍ଯ୍ୟ କରିବ ବୋଲି ଚୀନକୁ ବୁଝାଇ ଦେବା ହେଉଛି ଏହାର ଉଦ୍ଦେଶ୍ୟ। ଏହା ଏକ ସରଳ ଚିନ୍ତାଧାରା।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here