ବିଜେପି ହେଉଛି ହିନ୍ଦୁ ଜାତୀୟତାବାଦୀ ଦଳ : ବାରାକ ଓବାମା।

ନୂଆଦିଲ୍ଲୀ : ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ର ରେ ହିଂସା, ଜାତିବାଦ, ଧାର୍ମିକ ଅସିହୁଷ୍ଣୁତା, ଦୁର୍ନୀତି ଓ ଉଗ୍ର ଜାତୀୟତାବାଦ ରହିଛି। ଏହା ଖୁବ ବଳିଷ୍ଠ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଦ୍ୱାରା ଲିଖିତ ଓ ସଦ୍ୟ ପ୍ରକାଶିତ ପୁସ୍ତକ ଏ ପ୍ରୋମିଜଡ ଲ୍ୟାଣ୍ଡରେ ଉଲ୍ଲେଖ କରାଯାଇଛି। ବିଜେପି କୁ ସେ ହିନ୍ଦୁ ଜାତୀୟତାବାଦୀ ଦଳ ଭାବେ ବର୍ଣ୍ଣନା କରିଛନ୍ତି। ବିଜେପି ଦେଶରେ ବିଭାଜନକାରୀ ଓ ଜାତୀୟତାବାଦର ପ୍ରଚାର ଚଲାଉଛି ବୋଲି ଉକ୍ତ ପୁସ୍ତକରେ ଓବାମା ଉଲ୍ଲେଖ କରିଛନ୍ତି। ସେ ମନମୋହନ ସିଂହଙ୍କ ବିଷୟରେ ସକରାତ୍ମକ ଚିତ୍ର ଦେଇଛନ୍ତି।

କୌଣସି ରାଜନୈତିକ ସ୍ଥିତି ନଥିବା ଜଣେ ଶିଖ ତଥା ବିଜ୍ଞ ଅର୍ଥନୀତିଜ୍ଞ ଓ ଦୂରଦ୍ରଷ୍ଟାଙ୍କୁ ରାହୁଲ ଗାନ୍ଧୀଙ୍କ  ସ୍ଥାନରେ ପ୍ରଧାନମନ୍ତ୍ରୀ ଭାବେ ଅଧିଷ୍ଠିତ କରାଇ ସୋନିଆ ଗାନ୍ଧୀ ଭାରତର ବିକାଶ ପାଇଁ ବଡ ଭୂମିକା ନିର୍ବାହ କରିଥିବା ଓବାମା ଉଲ୍ଲେଖ କରିଛନ୍ତି। ବିଜେପି ଦେଶରେ ମୁସଲମାନ ବିରୋଧୀ ଆଭିମୁଖ୍ୟକୁ ଜୋର କରିଥିବା ବେଳେ ମନମୋହନ ସିଂହ ଏ ନେଇ ଶଙ୍କାଗ୍ରସ୍ତ ଥିଲେ। ତେବେ ଉକ୍ତ ପୁସ୍ତକର ପୃଷ୍ଠା ଯେତେ ଓଲଟା ଯାଉଛି ସେତିକି ବିଷୟ ଚର୍ଚ୍ଚାକୁ ଆସୁଛି। ପୂର୍ବରୁ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ନକରାତ୍ମକ ଚିନ୍ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଗକୁ ଆସିଛନ୍ତି ବିଜେପି ସରକାର।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here