ସୁନ୍ଦରଗଡ ଜିଲ୍ଲା କୋଇଡ଼ା ଅଞ୍ଚଳରେ ବିପର୍ଯ୍ୟସ୍ତ ନେଟୱାର୍କ:ମୋବାଇଲ ଓ ଇଣ୍ଟରନେଟ ସେବା ନ ପାଇ ଜନ ସାଧାରଣ ହନ୍ତସନ୍ତ।

କୋଇଡ଼ା ଅଞ୍ଚଳ ରେ ମୋବାଇଲ ନେଟୱାର୍କ ସତେ ଯେମିତି ଲୁଚକାଳି ଖେଳୁଛି।ଦିନର ଅଧିକାଂଶ ସମୟ ନେଟୱାର୍କ ରହୁ ନ ଥିବା ବେଳେ ଯେତିକି ସମୟ ରହୁଛି ସେତିକିବେଳେ ମଧ୍ୟ କଲ ଡ୍ରପ, ଇଣ୍ଟରନେଟ ନ ଚାଲିବା ଭଳି ସମସ୍ୟା ଲାଗି ରହୁଛି। କୋଇଡ଼ା ଅଞ୍ଚଳ ଖଣିଖାଦାନ ଭରା ଅଞ୍ଚଳ ହୋଇଥିବା ବେଳେ ବିଭିନ୍ନ ଖଣି ରୁ ମାଲ ପରିବହନ ନିମନ୍ତେ ଇଣ୍ଟରନେଟ ରେ ଟେଗିଂ ଆଦି ପ୍ରକ୍ରିୟା କରିବାକୁ ପଡିଥାଏ।ଏହା ଛଡ଼ା ବର୍ତ୍ତମାନ କରୋନା ଯୋଗୁଁ ସ୍କୁଲ କଲେଜ ବନ୍ଦ ଥିବାରୁ ଛାତ୍ର ଛାତ୍ରୀ ମାନେ ଅନଲାଇନ ମାଧ୍ୟମ ରେ ପାଠ ପଢ଼ା ପଢି କରୁଛନ୍ତି।କିନ୍ତୁ ମୋବାଇଲ ଓ ଇଣ୍ଟେଟନେଟ ସେବା ରେ ବାରମ୍ବାର ବ୍ୟାଘାତ ସୃଷ୍ଟି ହେଉଥିବାରୁ ଅନଲାଇନ ପଢ଼ିବା, ମାଲବାହୀ ଗାଡ଼ି ଗୁଡିକୁ ଟ୍ୟାଗିଙ୍ଗ କରିବା, ବ୍ୟାଙ୍କ ସେବା, ଅନଲାଇନ ରେ ବିଭିନ୍ନ ଟ୍ୟାକ୍ସ ଆଦି ପେମେଣ୍ଟ କରିବା ରେ ଜନ ସାଧାରଣ ନାହିଁ ନ ଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି।ବଣାଇଁ ଉପଖଣ୍ଡ ର ସବୁଠାରୁ ଅଧିକ BroadBand କୋନେକ୍ସନ କୋଇଡ଼ା ଅଞ୍ଚଳ ରେ ଥିବା ବେଳେ ସ୍ଥାନୀୟ BSNL ଅଫିସ ରେ କୌଣସି ପଦାଧିକାରୀ ରହୁ ନ ଥିବା ଏବଂ ଜନସାଧାରଣ ଙ୍କୁ ସେବା ଯୋଗାଇ ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ର ବିଷୟ।BSNL ଅଫିସ ଭିତର ର ଦୃଶ୍ୟ ଆହୁରି ଚିନ୍ତା ଜନକ।ଚାରିଆଡେ କୁଢ଼ କୁଢ଼ ଆବର୍ୟ୍ଯନା ପଡ଼ି ରହିଥିବା ବେଳେ ଟେଲି କମ୍ୟୁନିକେସନ ଯନ୍ତ୍ରାଂଶ ଗୁଡ଼ିକ ବିକ୍ଷିପ୍ତ ଭାବେ ପଡ଼ି ରହିଛି।
କରୋନା କାଳ ରେ ରାଜ୍ୟ ତଥା ଦେଶ ର ଅର୍ଥନୀତି କୁ ସୁ ଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କୋଇଡ଼ା ଅଞ୍ଚଳ ର ନେଟୱାର୍କ ସମସ୍ୟା କୁ ତୁରନ୍ତ ସମାଧାନ କରି ୨୪ ଘଣ୍ଟିଆ ମୋବାଇଲ ଓ ଇଣ୍ଟରନେଟ ସେବା ଯୋଗାଇଦେବା ପାଇଁ ସାଧାରଣ ରେ ଦାବି ହେଉଛି।

ସୁନ୍ଦରଗଡ ,କୋଇଡ଼ା ରୁ ସନ୍ତୋଷ କୁମାର ପାତ୍ର ଙ୍କ ରିପୋର୍ଟ୍

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here