ବିଧାନସଭାରେ ଚାଲିଛି ମନ୍ତ୍ରୀ ଓ ବିଧାୟକଙ୍କ କରୋନା ଟେଷ୍ଟ :

ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବଶେନ । ଏଥିପାଇଁ ଆଜି ବସିବ ସର୍ବଦଳୀୟ ବୈଠକ । ସକାଳ ୧୧ଟାରେ ଏହି ବୈଠକ ବସିବ । ବିଧାନସଭା ଶୀତ କାଳିନ ଅଧିବେଶନ କିପରି ହେବ, ପିରଚାଳନା କିପରି ହେବ , ସେ ସମ୍ପର୍କରେ ଆଲୋଚନା ହେବ । ମୁଖ୍ୟତଃ ଚଳିତ ଅଧିବେଶନରେ ଗୃହରେ ପ୍ରଶ୍ନୋତର ହେବ ନା ନାହିଁ  ସେ ନେଇ ମତାମତ ନିଆଯିବ । ସେହିପରି ଦୁଇ ନୂଆ ବିଧାୟକ ବିଜୟ ଶଙ୍କର ଦାଶ ଓ ସ୍ୱରୂପ ଦାସ ଶପଥ ଗ୍ରହଣ କରିବେ । ସେହିପରି ବିଧାନସଭା ପରିସରରେ କରୋନା ପରୀକ୍ଷାର ଆଜି ଦ୍ୱିତୀୟ ଦିନ । ମନ୍ତ୍ରୀ, ବିଧାୟକ, ମନ୍ତ୍ରୀଙ୍କ କର୍ମଚାରୀ ଓ ବିଧାନସଭା କର୍ମଚାରୀଙ୍କ କରୋନା ଟେଷ୍ଟ ହେଉଛି । ଏଥିଲାଗି ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗତକାଲି ପ୍ରଥମେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ କରୋନା ପରୀକ୍ଷା କରାଯାଇଥିଲା । ଏହି ଟେଷ୍ଟ ୩ ଦିନ ଧରି ଚାଲିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ଅଧିବେଶନରେ ବସିବାକୁ ସୁଯୋଗ ଦିଆଯିବ । ଶୀତ ଅଧିବେଶନରେ ଯୋଗଦେବା ପୂର୍ବରୁ ଏଭଳି ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here