ଚଣ୍ଡିଗଡ : ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ପୂରା ଦେଶ ସେତେବେଳେ ଜାଣି ଯାଇଥିଲା। ଯେତେବେଳେ ସେ କୋଭିଡ ୧୯ ଲକଡାଉନରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ତାଙ୍କୁ ପଠାଇବାରେ ସାହାଯ୍ୟ କରିଥିଲେ। କେବଳ ଏତିକି ନୁହେଁ ସୋନୁ ସୁଦ ବାରଣାସୀର ନାବିକ ସମେତ ଅନେକ ଲୋକଙ୍କୁ ସାହାଯ୍ୟ କରି ଅସହାୟ ଲୋକଙ୍କ ପାଇଁ ଦେବଦୂତ ସାଜିଥିଲେ। ତେବେ ସୋନୁ ସୁଦଙ୍କୁ ନିର୍ବାଚନ ଆୟୋଗ ପଞ୍ଜାବର ରାଜ୍ୟ ଆଇକନ ଭାବେ ନିଯୁକ୍ତ କରିଥିବା ନେଇ ଏକ ଅଧିକାରୀକ ବୟାନରେ ସୂଚନା ଦିଆଯାଇଛି। ଅପରପକ୍ଷରେ ବିହାର ବିଧାନସଭା ନିର୍ବାଚନ ସମୟରେ ଏକ ବାର୍ତ୍ତା ଦେଇଥିଲେ। ସେ ସମସ୍ତଙ୍କୁ ଭାବିଚିନ୍ତି ଭୋଟ ଦେବାକୁ କହିଥିଲେ। ଜାରି ହୋଇଥିବା ଏହି ଅଧିକାରୀକ ବୟାନରେ ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ କରୁଣା ରାଜୁ କହିଛନ୍ତି ଯେ ତାଙ୍କ କାର୍ଯ୍ୟାଳୟ ଭାରତୀୟ ନିର୍ବାଚନ ଆୟୋଗକୁ ଏହି ସମ୍ବନ୍ଧରେ ଏକ ପ୍ରସ୍ତାବ ପଠାଇଥିଲେ ଯାହାକୁ ନିର୍ବାଚନ ଆୟୋଗ ମଞ୍ଜୁରୀ ଦେଇଥିଲେ। ଏହି ମଞ୍ଜୁରୀ ପରେ ସୋନୁ ରାଜ୍ୟରେ ନିର୍ବାଚନ ସମ୍ବନ୍ଧିତ ଅଭିଯାନ ଚଳାଇବେ।