ପବଜି ପ୍ରେମୀଙ୍କ ପାଇଁ ଖୁସି ଖବର : ନୂଆ ରୂପରେ ଫେରୁଛି ପବଜି

ନୂଆଦିଲ୍ଲୀ : ନୂଆ ରୂପରେ ଫେରୁଛି ପବଜି । ପୁଣି ଫୁଟିବ ଗୁଳି, ପୁଣି ମୋବାଇଲରେ ଚାଲିବ ପବଜିର ଜଲୱା । ପୁଣି ହେବ – ୱିନର ୱିନର, ଚିକେନ୍ ଡିନର । ଭାରତୀୟ ବ୍ୟାଟେଲଗ୍ରାଉଣ୍ଡରେ ପୁଣି ଚାଲିବ ପବଜିର ରାଜ୍ । ଭାରତରେ ପବଜି ମୋବାଇଲର କମବ୍ୟାକ୍ ନେଇ କମ୍ପାନୀ ପକ୍ଷରୁ ବଡ ଘୋଷଣା କରାଯାଇଛି ।

ଦକ୍ଷିଣ କୋରିଆ କମ୍ପାନୀ ପବଜି କର୍ପୋରେସନ୍ ପକ୍ଷରୁ ଘୋଷଣା କରାଯାଇଛି ଯେ, ଭାରତ ପାଇଁ ପବଜିର ଏକ ଅଲଗା ଗେମ୍ ଆସୁଛି, ଯାହାକି କେବଳ ଭାରତ ପାଇଁ ହିଁ ତିଆରି କରାଯାଇଛି । କିନ୍ତୁ ଏଥର ଚୀନ୍ କମ୍ପାନୀ ସହ କୌଣସି ସହଭାଗିତା କିମ୍ବା ପାର୍ଟନରସିପ୍ ହେବ ନାହିଁ । ପବଜି କର୍ପୋରେସନର ସୂଚନା ଅନୁଯାୟୀ, ଭାରତରେ ପବଜି ମୋବାଇଲ୍ ଇଣ୍ଡିଆ ଲଂଚ ହେବ । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆପଣଙ୍କ ଡାଟା ମଧ୍ୟ କିପରି ସୁରକ୍ଷିତ ରହିବ, ସେଦିଗରେ ଅଧିକ ଗୁରୁତ୍ୱ ଦିଆଯାଇଛି । ପବଜି ମୋବାଇଲ୍ ଇଣ୍ଡିଆ ଭାରତ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଛି । ଏହା ସହ ଭାରତରେ ନିଯୁକ୍ତି ମଧ୍ୟ ଦେବ ପବଜି । ଏଥିପାଇଁ ଲୋକାଲ୍ ଅଫିସ୍ ପ୍ରସ୍ତୁତ କରାଯିବ ।

ତେବେ ଜାତୀୟ ସୁରକ୍ଷା ପ୍ରତି ବିପଦ ତଥା ତଥ୍ୟ ଚୋରି ହେଉଥିବା ଅଭିଯୋଗରେ ଗତ ସେପ୍ଟେମ୍ବର ମାସରେ ପବଜି ଉପରେ ପ୍ରତିବନ୍ଧକ ଲଗାଇଥିଲେ ଭାରତ ସରକାର । ତେବେ ନିକଟରେ ଚାଇନା କମ୍ପାନୀ ଟେନସେଂଟ ଭାରତରେ ଏହାର ସମସ୍ତ ପବଜି ମୋବାଇଲ୍ ସର୍ଭରକୁ ବନ୍ଦ କରିଦେଇଛି । ତେବେ ଏଥର ଆଉ ଚୀନ କମ୍ପାନୀ ଟେନସେଂଟର ସହଯୋଗରେ ଭାରତକୁ ପବଜି ଆସିବନାହିଁ । କିନ୍ତୁ ଅନ୍ୟ ଦେଶରେ ପବଜି କମ୍ପାନୀ ଟେନସେଂଟ ସହିତ କାମ ଜାରି ରଖିବ । ତେବେ ପବଜି ମୋବାଇଲ୍ ଇଣ୍ଡିଆ କେବେ ଲଞ୍ଚ ହେବ, ତାହା କମ୍ପାନୀ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ । କିନ୍ତୁ ଖୁବ ଶୀଘ୍ର ଭାରତକୁ ପବଜି ଫେରିବା ନେଇ ଅଫିସିଆଲ୍ ଷ୍ଟେଟମେଂଟ ଜାରି କରାଯାଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here