ଟ୍ରକ ବାଇକ ଦୁର୍ଘଟଣାରେ ବାଇକ ଚାଳକ ମୃତ :ରାଉରକେଲା

ରାଉରକେଲା ସ୍ଥିତ ସେକ୍ଟର ଅଞ୍ଚଳ ରିଂ ରୋଡରେ ପୁନଶ୍ଚ ଏକ ଅମୂଲ୍ୟ ଜୀବନ ଦୁର୍ଘଟଣାରେ ଚାଲିଗଲା । ଟ୍ରକ ଦୁର୍ଘଟଣାରେ ବାଇକ ଚାଳକ ଘଟଣାସ୍ଥଳରେ ମୃତ । ଏମିତି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ସେକ୍ଟର ୪ ଓ ସେକ୍ଟର ୨୦ ମଝି ରିଂ ରୋଡରେ ଓଡି ୧୪ ଏ ୬୭୯୭ ନଂ ବାଇକଟି ରାଉରକେଲା ପଟୁ ନିଜ ଗନ୍ତବ୍ବ ସ୍ଥଳକୁ ଯାଉଥିବା ବେଳେ ପଛପଟୁ ଓଆର ୧୪ ଜେ ୫୪୧୩ ନଂ ଟ୍ରକଟି ଦ୍ରୁତ ଗତିରେ ଆସି ପଛପଟୁ ବାଇକକୁ ଧକ୍କା ଦେଇ ବାଇକ ଚାଳକ ମୁଣ୍ଡ ଉପରେ ଟ୍ରକ ଚଢିଯିବାରୁ ବାଇକ ଚାଳକର ମୁଣ୍ଡଟି ରାସ୍ତାରେ ମିଶିଯିବା ସହ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ସେକ୍ଟର–୧୯ ଥାନାର ପୋଲିଶ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଦୁର୍ଘଟଣା ଘଟାଇବା ପରେ ଟ୍ରକ ଚାଳକ ଫେରାର । ପୋଲିଶ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଥାନାରେ ଏକ ମାମଲା ରୁଜୁ କରିଛି । ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ମୃତ ବାଇକ ଚାଳକ କୋଏଲନଗରର ବାସୀନ୍ଦା ବୋଲି କୁହାକୁହି ହେଉଥିବାର ଜଣାପଡିଥିଲା ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here