ରାଜଧାନୀରେ ଲାଗୁ ହେବନି ଲକଡାଉନ : ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଲାଗୁ ହେବ ନାହିଁ ଲକଡାଉନ। ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲକଡାଉନ ନିୟମ ପୁଣି ଲାଗୁ ହେବ ବୋଲି ପୂର୍ବରୁ ଅନୁମାନ କରା ଯାଉଥିଲା। କିନ୍ତୁ ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କ ପକ୍ଷରୁ ସ୍ପଷ୍ଟୀକରଣ ମିଳିଛି। 

ସ୍ୱାସ୍ଥ୍ୟ ମନ୍ତ୍ରୀ ସତୈନ୍ଦ୍ର ଜୈନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜଧାନୀରେ ପୁଣି ଲକଡାଉନ ଲାଗୁ କରାଗଲେ କୌଣସି ଫଳପ୍ରଦ ହେବ ନାହିଁ। ଲୋକମାନେ ଯଦି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ ଉପରେ ଅଧିକ ଗୁରୁତ୍ବ ଦେବେ, ତାହାଲେ ଏହା କରୋନା ସଂକ୍ରମଣ ଉପରେ ରୋକ ଲଗାଇ ପାରିବ। ଦିଲ୍ଲୀରେ କରୋନାର ତୃତୀୟ ଲହରୀ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା। କିନ୍ତୁ କରୋନାର ତୃତୀୟ ଲହରୀ ଏବେ ଦିଲ୍ଲୀରେ ଶେଷ ହୋଇଯାଇଛି। ଲୋକମାନେ ମନୋବଳ ନ ଭାଙ୍ଗି ନିଜ ସୁରକ୍ଷା ନିଜେ କରିବା ଦରକାର। କରୋନା ବିପଦ ଏପର୍ଯ୍ୟନ୍ତ ବି ଆମ ପାଖରୁ ଟଳିନି। ତେଣୁ ଆମକୁ ଅଧିକ ସତର୍କ ରହିବାକୁ ପଡିବ।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here