ମଙ୍ଗଳ ଗ୍ରହରୁ ଶିଳା ନମୁନା ଆଣିବ ‘ନାସା’

ନୂଆଦିଲ୍ଲୀ : ମଙ୍ଗଳ ଗ୍ରହରେ ଶିଳା ଠାବ କରି ନମୁନା ସଂଗ୍ରହ କରିବା ପାଇଁ ଉଦ୍ୟମ କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’।  ଏ ସଂକ୍ରାନ୍ତରେ ନାସା ପକ୍ଷରୁ ପ୍ରକାଶ କରାଯାଇଛି ଯେ, ମଙ୍ଗଳ ଗ୍ରହରୁ ଶିଳା ଆଣିବା ପାଇଁ ନାସା ପ୍ରସ୍ତୁତ ଓ ଶିଳା ଆଣିବା ପରେ ଏହା ଉପରେ ଅଧିକ ଗବେଷଣା କରାଯିବ। ଗତ ଜୁଲାଇରେ  ନାସା ପଠାଇଥିବା ରୋଭର ମଙ୍ଗଳ ଗ୍ରହର ନିକଟତର ହେଉଛି। ଯାହାକି ଆଗାମୀ ଦିନରେ ମଙ୍ଗଳ ଗ୍ରହ ସମ୍ପର୍କରେ ସମସ୍ତ ତଥ୍ୟ ଠୁଳ କରି ପୃଥିବୀକୁ ପଠାଇବ। 

ଖବର ମୁତାବକ, ଗତ ନଭେମ୍ବର ୧୦ରେ ‘ନାସା’ ପକ୍ଷରୁ ଏ ସଂକ୍ରାନ୍ତରେ ଘୋଷଣା କରା ଯାଇଥିଲା। ‘ନାସା’ ସ୍ୱତନ୍ତ୍ର ଭାବେ ଏକ ସମୀକ୍ଷା ବୋର୍ଡ ‘ଏମଏସଆରଆଇଆରବି’ ଗଠନ କରିଛି। ଯେଉଁଥିରେ ମଙ୍ଗଳ ଗ୍ରହରୁ ଆଣିବାକୁ ଥିବା ଶିଳା ନମୁନା ଉପରେ ଗବେଷଣା କରାଯିବ। ମଙ୍ଗଳ ଗ୍ରହରୁ ଆସିଥିବା ଶିଳା ନମୁନା ଉପରେ ଏହା ୟୁରୋପୀୟ ଗବେଷଣା ସଂସ୍ଥା ଏଏସ୍ଏ ସହ ମିଳିତ ଭାବରେ ଗବେଷଣା ଜାରି ରଖିବ।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here