ଖବର ସଂକ୍ଷେପ ରେ … ତାରିଖ ୧୬/୧୧/୨୦, ସୋମବାର (NEWS IN BULLETS) :

୧-ନୂଆ ଦିଲ୍ଲୀ:ସମସ୍ତଙ୍କୁ କରୋନା ଟିକା ମିଳିବାକୁ ଲାଗିଯିବ ୪ବର୍ଷ। ଧନୀରାଷ୍ଟ୍ରମାନେ ୬୪୦କୋଟି ଟିକା ବରାଦ କରିଥିବା ବେଳେ ଗରୀବ ରାଷ୍ଟ୍ର ୨୦୨୪ ପର୍ଯନ୍ତ ଅପେକ୍ଷା କରିବେ: ବିଶେଷଜ୍ଞ

୨-ଭୁବନେଶ୍ୱର:୨୦୧୯ ପାଇଁ ଓଡ଼ିଶାକୁ ମିଳିଲା ‘ଷ୍ଟାର୍ଟ ଅପ୍‌ ଲିଡର’ ମାନ୍ୟତା।ଓଡ଼ିଶାର କ୍ଷୁଦ୍ର ଚିତ୍ରକୁ ୩ ଆନ୍ତର୍ଜାତିକ ପୁରସ୍କାର।

୩-ପଟାଙ୍ଗୀ: ଓଡ଼ିଆ ସୀମାରେ ଆନ୍ଧ୍ରନେତାଙ୍କ ଦାଦାଗିରି।‌ଫଳକ ଓପାଡି ରାସ୍ତା ଅବରୋଧ। ଓଡ଼ିଶାର ଜମି ଓ ଜଙ୍ଗଲ ଉପରେ ଲୋଲୁପ ଦୃଷ୍ଟି।

୪-୧୮ରୁ ବଢିବ ଶୀତର ପ୍ରକୋପ,୧୫ଡିଗ୍ରି ତଳେ ୫ ସହର, ଦାରିଙ୍ଗବାଡିରେ ୧୨.୫ଡିଗ୍ରି।

୫-ଭୁବନେଶ୍ୱର:ପୂର୍ବତଟ ରେଳପଥ ପାଇବ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ପୁରସ୍କାର।

୬-ଆସନ୍ତା ୧୮ ତାରିଖରେ ବସିବ ସର୍ବ ଦଳୀୟ ବୈଠକ, ସୂଚନା ଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

୭-ଚତୁର୍ଥ ବର୍ଷରେ ପଦାର୍ପଣ କଲା ‘ମୋ ସ୍କୁଲ’ ଯୋଜନା ‌। ବଦଳିବ ସାଢ଼େ ୧୩ହଜାର ସ୍କୁଲର ଚେହେରା,‌୨୦୨୧ ମାର୍ଚ୍ଚ ସୁଦ୍ଧା ୨୫ ହଜାର ଛୁଇଁବାକୁ ଆଶା।

୮-ଆସନ୍ତା ୨୦ ତାରିଖରୁ ବସୁଛି ବିଧାନସଭା ଶୀତ ଅଧିବେଶନ, ସବୁ ମନ୍ତ୍ରୀ-ବିଧାୟକଙ୍କର ପୁଣି ଥରେ ହେବ କୋଭିଡ ଟେଷ୍ଟ।

୯-ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା । ପିଏ ଦେବନାରାୟଣ ପଣ୍ଡାଙ୍କ ପରିବାରର ଅଭିଯୋଗ ଆଧାରରେ ନିର୍ଦ୍ଦେଶ ଦେଲେ ଏସଡିଜେଏମ୍ କୋର୍ଟ

୧୦-ପୁଣି ଥରେ ବିହାରରେ ଶାସନ କରିବେ ନୀତୀଶ ଆଉ ସୁଶୀଲ ଯୋଡି, ଏନଡିଏ ବିଧାୟକ ଦଳ ବୈଠକରେ ହେଲା ନିଷ୍ପତି।

୧୧-ବିନା ଟେଷ୍ଟ ପରୀକ୍ଷାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସବୁ ଛାତ୍ରଛାତ୍ରୀ ଦେବେ:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

୧୨-ନ୍ୟୁୟର୍କ:୨୦୨୧ ମସିହାରେ ବିଶ୍ବରେ ଅନାହାର ଭୟଙ୍କର ରୂପ ନେବ : ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here