ଦିଲ୍ଲୀରେ କରୋନା ସ୍ଥିତି ସଙ୍ଗୀନ; ପ୍ରତି ଘଣ୍ଟାରେ ଯାଉଛି ୪ ଜୀବନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ସଙ୍ଗୀନ ହେଲାଣି କରୋନା ସ୍ଥିତି । ପ୍ରତି ୧ ଘଣ୍ଟାରେ ଯାଉଛି ୪ ଜଣଙ୍କ ଜୀବନ। ଗତ ୧ ସପ୍ତାହ ହେଲା ରାଜଧାନୀରେ ଏଭଳି ସ୍ଥିତି ଜାରି ରହିଛି । ରବିବାର ଗୋଟିଏ ଦିନରେ ୯୫ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭୂତାଣୁ ।

ରବିବାର ଦିଲ୍ଲୀରେ ମୋଟ ୨୧ ହଜାର ୯୮ଟି ଟେଷ୍ଟ ହୋଇଥିବା ବେଳେ ୩ ହଜାର ୨୩୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୧୫ ଦିନ ମଧ୍ୟରେ ୧୧ଶହ ୩ ଜଣ ସଂକ୍ରମିତ ପ୍ରାଣ ହରାଇଲେଣି । ଆଉ ଗତ ସପ୍ତାହେ ହେଲା ପ୍ରତିଦିନ ପାଖାପାଖି ୯୦ ଜଣଙ୍କ ଜୀବନ ଯାଉଛି।

ଗତ ଗୁୁରୁବାର ଦିଲ୍ଲୀରେ ସର୍ବାଧିକ ୧୦୪ ଜଣ ଏବଂ ଶନିବାର ୯୬ ଜଣ କରୋନାରେ ପ୍ରାଣ ହରାଇଥିଲେ।  ଦିଲ୍ଲୀରେ କୋଭିଡରେ ସଂକ୍ରମିତ ହୋଇ ଏଯାଏ ୭ ହଜାର ୬୧୪ ଜଣଙ୍କ ମୃତ୍ୟୁ ହେଲାଣି। ମାର୍ଚ୍ଚ ୨ ତାରିଖରେ ଦିଲ୍ଲୀରେ ପ୍ରଥମ କରୋନା କେସ୍ ସାମନାକୁ ଆସିଥିବା ବେଳେ ମାର୍ଚ୍ଚ ମାସରେ ୨ ଜଣ ପ୍ରାଣ ହରାଇଥିଲେ।

ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ହେଁ ଦେଶରେ ଧୀରେ ଧୀରେ ହ୍ରାସ ପାଉଛି ସଂକ୍ରମଣ ହାର। ୨୪ ଘଣ୍ଟାରେ ୩୦ ହଜାର ୫୪୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୪ ମାସର ପରିସଂଖ୍ୟାନକୁ ଦେଖିଲେ, ଦୈନିକ ସଂକ୍ରମଣରେ ଏହି ସଂଖ୍ୟା ହେଉଛି ସର୍ବନିମ୍ନ ।

ଦେଶରେ ମୋଟ କରୋନା ପଜିଟିଭ ସଂଖ୍ୟା ଏବେ ୮୮ ଲକ୍ଷ ୪୫ ହଜାର ୧୨୭ରେ ପହଞ୍ଚିଛି । ଆକ୍ଟିଭ କେସ୍ ୪ ଲକ୍ଷ ୬୫ ହଜାର ୪୭୮ ହୋଇଥିବା ବେଳେ ୮୨ ଲକ୍ଷ ୪୯ ହଜାର ୫୭୯ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ  ସୂଚନା ଜାରି କରାଯାଇଛି। ୨୪ ଘଣ୍ଟାରେ ୪୩୫ ଜଣଙ୍କ ମୃତ୍ୟୁ ହେବା ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୦ ହଜାର ୭୦ରେ ପହଞ୍ଚିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here