ଛୋଟ ଭାଇର କାଠ ଫାଳିଆ ଚୋଟ ବଡ଼ ଭାଇର ପ୍ରାଣ ନେଲା : କୁଆଁରମୁଣ୍ଡା

ଘରୋଇ ଗଣ୍ଡଗୋଳକୁ ନେଇ ପୁଣି ଏକ ହତ୍ୟା l ସାମାନ୍ୟ କଥା କୁ ନେଇ ଅନଭିଜ୍ଞ ଲୋକେ ନିଜ ପରିବାରର ସଦସ୍ୟକୁ ହତ୍ୟା କରିବା ପାଇଁ ପଛ ଘୁଞ୍ଚା ଦିଅନ୍ତି ନାହିଁ l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୁଟ୍ରିଖମନ ପଞ୍ଚାୟତର ହରପାଲି ଗାଁ ରେ I କୌଣସି କାରଣ କୁ ନେଇ ବଡ ଭାଇ ସୁଖୁ ଲାକ୍ରା ( ୩୫) ଓ ଛୋଟ ଭାଇ ବନ୍ଧନୁ ଲାକ୍ରା (୨୮) ମଧ୍ୟରେ କଳି ହୋଇଥିଲା l ଝଗଡାଟି ଏତେ ଦୂର ବଢି ଗଲା ଯେ ସାନ ଭାଇ ରାଗ ରେ ଉତକ୍ଷୀପ୍ତ ହୋଇ ବଡ ଭାଇ କୁ କାଠ ଫାଳିଆ ରେ ପ୍ରହାର କରିଥିଲା l ପରିବାର ଓ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥା ରେ ରାଉରକେଲା ସ୍ଥିତ ଆରଜିଏଚ ରେ ଭର୍ତି କରିଥିଲେ ଚିକିତ୍ସା ପାଇଁ l ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିବା ଯୋଗୁଁ ଚିକିତ୍ସା ଚାଲିଥିବା ସମୟରେ ବଡ ଭାଇ ମୃତ୍ଯ ବରଣ କରିଥିଲେ l ଗ୍ରାମ ବାସୀଙ୍କଠୁ ଖବର ପାଇ କୁଆଁରମୁଣ୍ଡା ଫାଣ୍ଡି ପୋଲିଶ ଘଟଣା ସ୍ଥଳକୁ ଯାଇ ତଦନ୍ତ ଚଳାଇଛନ୍ତି I ଏପଟେ ହତ୍ୟା ଆଶଙ୍କା ରେ ପୋଲିଶ ସାନ ଭାଇ କୁ ପଚରା ଉଚରା ପାଇଁ ଫାଣ୍ଡି ରେ ଅଟକ ରଖିଛି I ଫାଣ୍ଡି ପୋଲିଶ ଆରଜିଏଚରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସହ ଫାଣ୍ଡିରେ ଏକ ମାମଲା ରୁଜୁକରିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here