ସୁନ୍ଦରଗଡ଼ ଜିଲ୍ଲା ହାତିବାରୀ – କୁଆରମୁଣ୍ଡା ରୋଡ଼ ପୁଟୁରିଖେମଣ ନିକଟରେ ଏକ ପରିବା ବୋଝେଇ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଅଟୋ ବସିଥିବା ପରିବା ବିକାଳୀ ଙ୍କ ସହ ଆଠ ଜଣ ଆହତ ହୋଇଛନ୍ତି ।ତେବେ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଲା କିମ୍ବା ଅଟୋକୁ କୌଣସି ଯାନ ଧକ୍କା ମାରିଛି ତା ତଦନ୍ତ ସାପେକ୍ଷ । ୮ ଆହତ ଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ଏହି ଯାତ୍ରୀବାହୀ ପ୍ୟାସେଞ୍ଜର ଅଟୋ ରେ ହିସାୱରୁ ଅଧିକ ଯାତ୍ରୀ ନେବା ସହ ବହୁ ପରିମାଣର ପନି ପରିବା ଲୋଡ଼ ହୋଇଥିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିବା ଅନୁମାନ କରାଯାଉଛି । ଆହତ ଙ୍କ ଚିକିତ୍ସା ଚାଲିଥିବା ବେଳେ କୁଆରମୁଣ୍ଡ। ପୋଲିସ ଅଟୋ କୁ ଜବତ କରି ଦୁର୍ଘଟଣାର ତଦନ୍ତ କରୁଛନ୍ତି ।
ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।