ଜୁଆ ଆଡ୍ଡାରେ ଚଢାଉ , ୫ ଗିରଫ : ସୁନ୍ଦରଗଡ

ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ପୌରାଞ୍ଚଳରେ ଦୀପାବଳୀ ଉପଲକ୍ଷେ ଜୁଆ ଖେଳ ହେଉଥିବାର ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ସ୍ଥାନୀୟ ପୋଲିଶ ଉକ୍ତ ଜୁଆ ଆଡ୍ଡାରେ ଅତର୍କିତ ଭାବେ ଚଢାଉ କରି ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଜୁଆଡି ମାନେ ଧରାପଡିବା ପରେ ସେମାନଙ୍କ ପାଖରୁ ୩ ଟି ମୋବାଇଲ , ୨ ପେକେଟ ତାସ ପତ୍ତା ସମେତ ନଗଦ ରାଶି ୧୭୧୪୦ ଟଙ୍କା ଜବତ ହୋଇଥିଲା । ଗିରଫ ଜୁଆଡି ମାନଙ୍କ ପ୍ରାଥମିକ ତଦନ୍ତ ପରେ ସେମାନଙ୍କୁ କୋର୍ଟ ଚାଲାଣ କରିବା ସହ ଏ ବାବଦରେ ବିରମିତ୍ରପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ଜୁଆଡି ମାନେ ପୌରାଞ୍ଚଳ ତଥା ଆଖପାଖ ଅଞ୍ଚଳର ବାସୀନ୍ଦା ବୋଲି ଜଣାପଡିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here