କିଏ ହେବ ବିହାର ମୁଖ୍ୟମନ୍ତ୍ରୀ , ଆଜି ବସୁଛି ବିଧାୟକ ଦଳର ବୈଠକ

ବିହାର : ବିହାରରେ ଆଜି ବସୁଛି ଏନଡିଏ ବିଧାୟକ ଦଳର ବୈଠକ। ଏହି ବୈଠକରେ ନୂଆ ସରକାରର ନେତା କିଏ ହେବ ସେନେଇ ନିଷ୍ପତ୍ତି ନିଆଯିବ। ତେବେ ନୀତିଶ କୁମାର ହିଁ ଏନଡିଏର ନେତା ଭାବେ ଚୟନ ହେବେ ବୋଲି ଜଣାପଡ଼ିଛି। ଏହାରି ମଧ୍ୟରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ନିଜର ଇସ୍ତଫାପତ୍ର ଦେଇଛନ୍ତି ଏବଂ ବିହାରର ୧୬ତମ ବିଧାନସଭା ଭଙ୍ଗ କରିବାକୁ ଅନୁରୋଧ କରିଛନ୍ତି । ରାଜ୍ୟପାଳ ଫାଗୁ ଚୌହାନ ନୀତୀଶ କୁମାରଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି ଏବଂ ନୂଆ ସରକାର ଗଠନ ପର୍ଯ୍ୟନ୍ତ ପଦଭାରରେ ରହିବାକୁ କହିଛନ୍ତି । ନୀତୀଶ କୁମାର ବିହାରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ରହିବେ ।

ଏନଡିଏ ବିଧାୟକ ଦଳର ଏକ ଯୁଗ୍ମ ବୈଠକ ଆଜି (ନଭେମ୍ବର ୧୫ରେ ରବିବାର) ପାଟଣାରେ ଅନୁଷ୍ଠିତ ହେବ । ଏଥିରେ ନେତା ଚୟନ କରାଯିବ । କୁହାଯାଉଛି ଯେ, ନୀତୀଶ କୁମାରଙ୍କୁ ହିଁ ଏନଡିଏର ନେତା ଭାବେ ଚୟନ କରାଯିବ ଏବଂ ସେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । ବିହାରରେ ଏନଡିଏରେ ବିଜେପି, ଜେଡିୟୁ, ହମ ଓ ଭିଆଇପି ଆଦି ୪ଟି ପାର୍ଟି ଅଛି ।  

ଏହା ପୂର୍ବରୁ ଶୁକ୍ରବାର ଏନଡିଏର ଏକ ବୈଠକ ବସିଛି । ବୈଠକ ପରେ ନୀତୀଶ କୁମାର କହିଛନ୍ତି, ନଭେମ୍ବର ୧୫ ଅପରାହ୍ନ ୧୨ଟା ୩୦ରେ ଏନଡିଏ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ଆଗାମୀ ଦିନ ପାଇଁ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବ । ସୂଚନାଯାଗ୍ୟ, ବିହାର ନିର୍ବାଚନରେ ୨୪୩ଟି ଆସନରୁ ଏନଡିଏକୁ ୨୨୫ଟି ଆସନରେ ବିଜୟ ମିଳିଥିଲା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here