ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦

ଭୁବନେଶ୍ୱର : ଲାଗୁ ହୋଇଛି ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୦ । ଏ ନେଇ ବିଧିବଦ୍ଧ ଭାବେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି। ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ଶାସନ ସଚିବ ୧୩ଟି ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଚିଠି ଲେଖିଛନ୍ତି।

ସେସବୁ ବିଶ୍ବବିଦ୍ୟାଳୟଗୁଡିକ ହେଉଛି – ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ରେଭନ୍‌ସା ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ଫକିର ମୋହନ ବିଶ୍ବବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ଜି.ଏମ୍‌ ବିଶ୍ବବିଦ୍ୟାଳୟ, କଳାହାଣ୍ଡି ବିଶ୍ବବିଦ୍ୟାଳୟ ଓ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ।

ସୂଚନାଯୋଗ୍ୟ, ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ବିଲ୍‌-୨୦୨୦ ବିଧାନସଭାର ଗତ ମୌସୁମୀ ଅଧିବେଶନରେ ବହୁ ବିତର୍କ ପରେ ଗୃହରେ ପାରିତ ହୋଇଥିଲା ଏବଂ ବିଶ୍ବବିଦ୍ୟାଳୟ ସ୍ତରରେ ଗୁଣାତ୍ମକ ଶିକ୍ଷା, ଅଧ୍ୟାପକ ନିଯୁକ୍ତିରେ ସ୍ବଚ୍ଛତା, ଉତ୍ତମ ଶୈକ୍ଷିକ ବାତାବରଣ, ଚୟନ ସଂସ୍ଥାଙ୍କ ଦ୍ବାରା କର୍ମଚାରୀ ନିଯୁକ୍ତିକୁ ସୁନିଶ୍ଚିତ କରିବା ନେଇ ସରକାର ଏହି ଆଇନ ପ୍ରଣୟନ କରିଛନ୍ତି।

Courtesy:utkalpratidin

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here