ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ଅଗ୍ନିକାଣ୍ଡ : ୩ ଘର ସହିତ ୨ଟି ଗୋରୁ ଜୀବନ୍ତ ଦଗ୍ଧ

ପୁରୀ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଂଚଳର ତିତିପ ଗାଁରେ ଶୁକ୍ରବାର ବିଳମ୍ବିତ ରାତି ଅଗ୍ନିକାଣ୍ଡ ଘଟଣା ଘଟିଛି । ଏଥିରେ ୩ ବଖରା ଘର ଜଳିଯାଇଥିବା ବେଳେ ୨ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସୂଚନା ପାଇଁ ମାଳୁଦ ଅଗ୍ନିଶମବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ତିତିଲ ଗାଁରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିଲା । ଏହା ଖୁବ ଅଳ୍ପ ସମୟ ମଧ୍ୟରେ ଚାରିଆଡେ ବ୍ୟାପିଯାଇଥିଲା । ୩ ବଖରା ଜଳିବା ପରେ ଗୋଟିଏ ପରିବାର ସଂପୂର୍ଣ୍ଣ ରୂପେ ଲକ୍ଷାଧିକ ଟଙ୍କା କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଘରର ଆସବାବପତ୍ର, ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷପତ୍ର ପୋଡ଼ିଯାଇଛି । ଝିଅ ବାହାଘର ପାଇଁ ମଧ୍ୟ ରଖାଯାଇଥିବା ଅନ୍ୟ ଜିନିଷପତ୍ର ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here