ଭିଜିଲାନ୍ସ ଜାଲରେ ୨ କୋଟିପତି କିରାଣି

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ୨ କୋଟିପତି କିରାଣି। ରେଡ୍ ପରେ ଭୁବନେଶ୍ୱର ସବ୍‌କଲେକ୍ଟର ଅଫିସ୍‌ର ବରିଷ୍ଠ କିରାଣିଙ୍କ କୋଟିଏ ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ।

ବରିଷ୍ଠ କିରାଣି ଉଦୟନାଥ ଜେନାଙ୍କ ୧ କୋଟି ୩୨ ଲକ୍ଷ ଟଙ୍କାର ସଂପତ୍ତି ଠାବ ହୋଇଛି। ପୁରୀରେ ଫ୍ଲାଟ, ଭୁବନେଶ୍ୱରରେ ୨ ମହଲା କୋଠା ଠାବ ହୋଇଥିବା ସୂଚନା ମିଳିଛି। ଏଥିସହିତ ବିଭିନ୍ନ ବ୍ୟାଙ୍କରେ ୯ ଲକ୍ଷ ୩୦ ହଜାର ଟଙ୍କା ଡିପୋଜିଟ୍ ଥିବା ରେଡ୍‌ ପରେ ଜଣାପଡ଼ିଛି।ସେହିପରି ଧର୍ମଶାଳା ସବ୍ରେଜିଷ୍ଟ୍ରାର ଅଫିସ୍‌ର କିରାଣିଙ୍କ ୧ କୋଟି ୨୯ ଲକ୍ଷର ସଂପତ୍ତି ଠାବ ହୋଇଛି। କିରାଣି ରତ୍ନାକର ମହାନ୍ତିଙ୍କ ୩ଟି ବିଲ୍ଡିଂ ସହ ଗୋଟିଏ ହୋଟେଲ୍ ଠାବ ହୋଇଛି। ବିଭିନ୍ନ ବ୍ୟାଙ୍କରେ ୧୬ ଲକ୍ଷ ୭୯ ହଜାର ଟଙ୍କା ଡିପୋଜିଟ୍ ସହ ଘରୁ ୮ ଲକ୍ଷ ୨୭ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।

Courtesy:otv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here