ବିହାର ବିଜୟ ପରେ ପଶ୍ଚିମବଙ୍ଗ ଉପରେ ବିଜେପି ନଜର

କୋଲକାତା : ବିହାର ପରେ ବିଜେପିର ପରବର୍ତ୍ତୀ ଟାର୍ଗେଟ୍‌ ହେଉଛି ପଶ୍ଚିମବଙ୍ଗ। ପଡ଼ୋଶୀ ରାଜ୍ୟ ବିହାରରେ ବିଜେପିର ଲହର ଥିଲା। ପଶ୍ଚିମବଙ୍ଗରେ ଶାସକ ତୃଣମୂଳକୁ ବି ସଫା କରିବା ପାଇଁ ବିଜେପି ଏବେ ଯୋଜନା କରୁଛି। ଦୁଇ ରାଜ୍ୟ ମଧ୍ୟରେ ଏତିକି ତଫାତ୍‌ ଯେ ବିହାରରେ ବିଜେପି ୧୫ ବର୍ଷ ଶାସନରେ ଥିବାବେଳେ ଏ ରାଜ୍ୟରେ ଟକ୍କର ପାଇଁ ଆହ୍ବାନ ଦେଉଛି। ବିହାରରେ ବି‌ଜୟ ପରେ ବିଜେପି ନେତା ଓ କର୍ମୀଙ୍କ ଉତ୍ସାହ ଦ୍ବିଗୁଣିତ ହୋଇଛି। ଆଗାମୀ ଏପ୍ରିଲ-ମେ ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ଅନ୍ତିମ ରଣନୀତି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦଳ ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନରୁ ୨୦୦ରୁ ଅଧିକ ଆସନରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି। ତେଣୁ ଦଳର ସମ୍ପୂର୍ଣ୍ଣ ରାଜନୈତିକ ଦୃଷ୍ଟି ଏବେ ବଙ୍ଗଳା ଉପରେ ରହିବ। ସୂଚନାଯୋଗ୍ୟ, ଗତ ଲୋକସଭା ନିର୍ବାଚନରେ ରାଜ୍ୟର ୪୨ରୁ ୧୮ଟି ଆସନରେ ବିଜେପି ବିଜୟ ଲାଭ କରି ନିଜର ଆସ୍ଥାନ ଜମାଇ ସାରିଛି। ଅନ୍ୟପକ୍ଷରେ ବିହାରରେ ଏଆଇଏମ୍‌ଆଇଏମ୍‌ ୫ଟି ଆସନରେ ବିଜୟୀ ହେବାପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ମଧ୍ୟ ନଜର ପକାଇଛି। ଏଥିପାଇଁ ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀଙ୍କ ଚିନ୍ତା ବଢ଼ିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here