ଗୋ ମାତାଙ୍କର ଜୀବନ ବଞ୍ଚାଇଲେ ବଜରଙ୍ଗ ଦଳର ସଦସ୍ୟ

ସୁନ୍ଦରଗଡ ଜିଲ୍ଲା ହାମଗିର ଥାନା ଅନ୍ତର୍ଗତ ବଲିଙ୍ଗା ଫାଣ୍ଡି ଅଞ୍ଚଳରେ ଚୋରାରେ ପାଦଚଲା ରାସ୍ତାରେ ଗୋଚାଲାଣ ହେଉଥିବା ବେଳେ ବଜରଙ୍ଗ ଦଳର ସଦସ୍ୟ ଅଟକାଇଥିଲେ । ବରପାଲି ଗ୍ରାମଦେଇ ଚୋରାରେ ୨୫ ରୁ ଅଧିକ ଗାଇ ବାଛୁରୀମାନଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ପାଦଚଲା ରାସ୍ତାରେ ନେଉଥିବା ବେଳେ ଖବର ପାଇ ବଜରଙ୍ଗ ଦଳର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଗୋରୁ ଖେଦାଳି ମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ହେଁ ସେମାନେ ଦୌଡି ପଳାଇଥିଲେ । ତାଙ୍କ ପାଖରେ ଗୋମାତାଙ୍କୁ ଚଲାଇ ଚଲାଇ ନେବାର କୌଣସି ପ୍ରମାଣପତ୍ର ତଥା ଆନୁଷଙ୍ଗୀକ ବ୍ୟବସ୍ଥାର କାଗଜପତ୍ର ନ ଥିଲା । ଏହି ବେଆଇନ ଚାଲାଣ ହେଉଥିବା ଗୋମାତାଙ୍କୁ ଅଟକ ରଖିଥିବା ବାବଦରେ ସ୍ଥାନୀୟ ବଜରଙ୍ଗ ଦଳର ଗୋରକ୍ଷା ପ୍ରମୁଖ ଜତିନ ଭୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବଲିଙ୍ଗା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here