ସ୍ୱର୍ଗଦ୍ୱାର ସୁପରିଚାଳନା ଦାୟିତ୍ବ ‘ସ୍ୱର୍ଗଦ୍ୱାର ସେବା ସମିତି’କୁ ହସ୍ତାନ୍ତର ଅନୁମତି ପ୍ରଦାନ କଲେ ରାଜ୍ୟ ସରକାର

ପୁରୀ- ସ୍ୱର୍ଗଦ୍ୱାରକୁ ସୁବ୍ୟବସ୍ଥିତ ଭାବରେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ସ୍ୱର୍ଗଦ୍ୱାର ସେବା ସମିତିକୁ ଅନୁମତି ପ୍ରଦାନ କରିଛନ୍ତି।ଏ ସଂକ୍ରାନ୍ତରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଗତମାସ ୨୭ ତାରିଖରେ ଏହାର ପତ୍ର ସଂଖ୍ୟା ୧୬୭୦୧ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି । ସୂଚନା ଯୋଗ୍ୟ ଯେ ସ୍ୱର୍ଗଦ୍ୱାର ସେବା ସମିତି ସୋସାଇଟି ରେଜିଷ୍ଟ୍ରେସନ ଆଇନ ଅନୁଯାଇ ଏକ ପଞ୍ଜିକୃତ ଅନୁଷ୍ଠାନ ଯାହା  ସ୍ୱର୍ଗଦ୍ୱାର ସୁପରିଚାଳନା ପାଇଁ ଆଗକୁ କାର୍ଯ୍ୟ କରିବ।ଏହି ସମିତିରେ ସର୍ବମୋଟ ୯ ଜଣ ସଦସ୍ୟ ରହିବାର ବ୍ୟବସ୍ଥା  ରହିଛି। ଅଧକ୍ଷ ଭାବରେ ଜିଲ୍ଲା ପାଳ ରହିଥିବା ବେଳେ, ଉପ ଜିଲ୍ଲାପାଳ ଆବାହକ ସମ୍ପାଦକ ଭାବରେ ରହିଛନ୍ତି । ସେହିପରି ଜିଲା ଆରକ୍ଷୀ ଅଧିକ୍ଷକ ,ଜେନେରାଲ ମ୍ୟାନେଜର (ଓଡ଼ିଶା ବନ ଉନୟନ),ପୌର ନିର୍ବାହୀ ଅଧିକାରୀ ଅନ୍ୟତମ ସଦସ୍ୟ ଭାବରେ ରହିବେ । ଜିଲ୍ଲା ପ୍ରୋଟୋକାଲ ଅଫିସର ଏହାର କୋଷାଧ୍ୟକ ଭାବରେ କାର୍ଯ୍ୟ କରିବେ । ସମିତି ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ସାମାଜିକ କାର୍ଯ୍ୟ ସହ ଜଡିତ ଥିବା ୩ଜଣ ବ୍ୟକ୍ତିବିଶେଷ ମଧ୍ୟ ଏହି ସମିତିର ସଦସ୍ୟ ରହିବେ ।  ସେମାନଙ୍କ କାର୍ଯ୍ୟକାଳ ଦୁଇବର୍ଷ ରହିବ ।

 ପ୍ରକାଶଯୋଗ୍ୟ ସ୍ୱର୍ଗଦ୍ୱାର ବିକାଶ ପାଇଁ ରାଜ୍ୟସରକାର ୫କୋଟି ଟଙ୍କା ପ୍ରଦାନ କରିଛନ୍ତି ଯାହାର ବିକାଶ ପ୍ରକ୍ରିୟା ଜିଲ୍ଲାପାଳଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଦୃତ ଗତିରେ ଚାଲିଛି । ଏହାର ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଇବା ସହିତ ଶବକୁ ସମାନ,ଏବଂ ଶବ ସହ ଆସୁଥିବା ପରିଜନ ମାନେ ଯେପରି ଉତ୍ତମ ସେବା ପାଇ ପାରିବେ ସେଥିପାଇଁ ସ୍ୱର୍ଗଦ୍ୱାର ସେବା କେନ୍ଦ୍ର କାର୍ଯ୍ୟ କରୁଛି । ଆଗାମୀ ସମୟରେ ତା’ର ପରିଚାଳନା ଦାୟିତ୍ୱ ସ୍ୱର୍ଗଦ୍ୱାର ସେବା ସମିତି ହାତରେ ରହିବ।ସ୍ୱର୍ଗଦ୍ୱାର ସେବା ସମିତିର କାର୍ଯ୍ୟକାରୀ କମିଟି ସ୍ୱର୍ଗଦ୍ୱାର ର ନୀତିଦିଦିନିଆ  କାର୍ଯ୍ୟକୁ ତଦାରଖ କରିବେ । ସ୍ୱର୍ଗଦ୍ୱାର ସେବା ସମିତିକୁ ସ୍ୱର୍ଗଦ୍ୱାର  ସୁପରିଚାଳନା କରିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବାରୁ ଖୁବ ଶୀଘ୍ର ପୁରୀ ପୌରପାଳିକା ଠାରୁ କାର୍ଯ୍ୟ ଭାର ଗ୍ରହଣ ପାଇଁ ପଦକ୍ଷେପ ନିଆଯିବ ବୋଲି ପୁରୀ ଉପଜିଲ୍ଲାପାଳ ତଥା ସ୍ୱର୍ଗଦ୍ୱାର ସେବାସମିତି ର ଆବାହକ ସମ୍ପାଦକ ଶ୍ରୀ ଭଵତାରଣ ସାହୁ ଜଣାଇଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here