କୁଣ୍ଡୁ ଗ୍ରୁପର ଉଦ୍ୟୋଗପତି ଙ୍କ ଅପହରଣ

ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଜାବାହାଲ ଅଞ୍ଚଳରେ ଥିବା କ୍ରସର ମାଲିକ ଜଣାଶୁଣା ପୌରାଞ୍ଚଳ ବିରମିତ୍ରପୁର ଅଞ୍ଚଳରେ ଥିବା କୁଣ୍ଡୁ ଗ୍ରୁପର ଉଦ୍ୟୋଗପତି ପ୍ରଦୀପ କୁଣ୍ଡୁଙ୍କୁ କେହି ଦୁର୍ବୃତ୍ତ ଅପହରଣ କରିନେଇଛି ।

ଗତ କାଲି ସନ୍ଧ୍ୟା ୭ ଘଟିକା ସମୟରେ ନିଜ କ୍ରସରରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ସାପ୍ତାହିକ ଅର୍ଥ ପୈଠ କରିବା ପରେ ବୀରମିତ୍ରପୁର ସ୍ଥିତ ନିଜ ଗୃହ ଅଭିମୁଖେ ବାହାରି ଥିବା ବେଳେ ପୂର୍ବରୁ ଉକ୍ତ ଶୁନଶାନ୍ ଅଞ୍ଚଳରେ ଜଗି ରହିଥିବା ଦୁର୍ବୃତ୍ତ ପ୍ରଦୀପ କୁଣ୍ଡୁଙ୍କ ଗାଡିକୁ ଅଟକାଇ ତାଙ୍କର କାର ଓ ମୋବାଇଲକୁ ରାସ୍ତା କଡରେ ଛାଡି ଏକ କାର ଯୋଗେ ତାଙ୍କୁ ଅପହରଣ କରି ନିଆଯାଇଥିବା ନେଇ ବୀରମିତ୍ରପୁର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଅଭିଯୋଗ ପାଇବା ପରେ ବିରମିତ୍ରପୁର ଓ କୁଆଁରମୁଣ୍ଡା ଫାଣ୍ଡି ପୋଲିଶ ତତ୍ପରତା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here