ଆନ୍ତର୍ଜାତିକ ରୋଟାରୀ କ୍ଲବ୍ ୩୨୬୨ ଜିଲ୍ଲା ଓ ଆରସିବି ସ୍ମାଇଲ୍ ପକ୍ଷରୁ ସ୍ତନ କର୍କଟ ସଚେତନତା ସହିତ ପୁସ୍ତକ ଉନ୍ମୋଚନ

ଭୁବନେଶ୍ୱର: ମହିଳା ମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ର ଲକ୍ଷଣ ବଢ଼ିବାରେ ଲାଗିଛି । ଏହି ରୋଗ ପ୍ରତିବର୍ଷ ୨.୧ ନିୟୁତ ମହିଳାଙ୍କୁ ପ୍ରଭାବିତ କରିଥାଏ । ପ୍ରାୟ ୧୫ % ମହିଳା କର୍କଟ ଜନିତ ମୃତ୍ୟୁ ର ଶିକାର ହୋଇଥାନ୍ତି । ତେବେ ଏ ନେଇ ଆନ୍ତର୍ଜାତିକ ରୋଟାରୀ କ୍ଲବ୍ ୩୨୬୨ ଜିଲ୍ଲା ଓ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ସ୍ମାଇଲ୍ ପକ୍ଷରୁ ସ୍ତନ କର୍କଟ ସଚେତନତା ସହିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ରୋଟାରୀ କ୍ଲବ ୩୨୬୨ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶ୍ରୀ ସୋମ୍ୟରଞ୍ଜନ ମିଶ୍ର ଓ ଆରସିବି ସ୍ମାଇଲ୍ କ୍ଲବ୍ ସଭାପତି ଶ୍ରୀ ଲଳିଟେନ୍ଦୁ ମହାନ୍ତି ଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

ଭୁବନେଶ୍ୱର ପଦ୍ମଜା କନ୍ଭେନ୍ସନ୍ ରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ରୋଟାରୀ କ୍ଲବ ସ୍ମାଇଲ୍ ସଦସ୍ୟ ସୋମ୍ୟ ମହାନ୍ତି ଙ୍କ ଦ୍ଵାରା ଲିଖିତ ” ଷ୍ଟେଜ୍-୪: ପ୍ରେମ , ଆଘାତ ଓ ମୁକ୍ତି ” ( “stage-4 : love,Trauma & Redemption”) ଶୀର୍ଷକ ନାମରେ ଏକ ପୁସ୍ତକ ଉନ୍ମୋଚନ କରାଯାଇଛି । ଆନ୍ତର୍ଜାତିକ ରୋଟାରୀ କ୍ଲବ୍ ର ଆଗାମୀ ବର୍ଷ ପାଇଁ ନିର୍ବାଚିତ ସଭାପତି ଶେଖର୍ ମେହେଟା , ଆନ୍ତର୍ଜାତିକ ରୋଟାରୀ କ୍ଲବ୍ ର ନିର୍ବାଚିତ ନିର୍ଦ୍ଦେଶକ ଡ. ମହେଶ କୋତବାଗି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ଉନ୍ମୋଚନ କରିଥିଲେ ।

ବେଙ୍ଗାଲୁରୁ ଫୋର୍ଟିଜ୍ ହସ୍ପିଟାଲ ନିର୍ଦ୍ଦେଶକ ଡ. ନୀତି ରାଇଯାଦା ମୁଖ୍ୟ ବକ୍ତା ଭାବେ ଯୋଗ ଦେବା ସହ ବଲିଉଡ୍ ନିର୍ଦ୍ଦେଶକ ମଣି ଶଙ୍କର ଓ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସାରା ବିଶ୍ବରୁ ରୋଟାରୀ କ୍ଲବ୍ ର ସଦସ୍ୟ ଙ୍କ ସମେତ ପୂର୍ବରୁ ଦାୟିତ୍ଵ ରେ ଥିବା ପ୍ରତ୍ୟେକ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଭିଡିଓ କଲ୍ ମାଧ୍ୟମରେ ଯୋଡ଼ି ହୋଇଥିଲେ । ଭୁବନେଶ୍ୱର ରୋଟାରୀ କ୍ଲବ ୩୨୬୨ ର ପୂର୍ବ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ମାନେ ମଧ୍ୟ ସଭାସ୍ଥଳରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଲେଖକ ସୋମ୍ୟ ମହାନ୍ତି ପ୍ରତିଶୃତି ଦେଇ କହିଛନ୍ତି ଯେ , “ରୋଟାରୀ କ୍ଲବ ର ୭ଟି କାର୍ଯ୍ୟ କ୍ଷେତ୍ରରୁ ସ୍ତନ କର୍କଟ ବିଷୟରେ ସଚେତନତା ସୃଷ୍ଟି କରି ରୋଗ ନିରାକରଣ କରିବା ହେଉଛି ଏକ ମୁଖ୍ୟ କାର୍ଯ୍ୟ କ୍ଷେତ୍ର । ବହି ବିକ୍ରି ର ଲାଭାଂଶ ରୋଟାରୀ କ୍ଲବ କୁ ପ୍ରଦାନ କରାଯିବ ଯାହା ସ୍ତନ କର୍କଟ ରୋଗର ନିରାକରଣ ଭଳି ମହାନ୍ କାର୍ଯ୍ୟରେ ନିବେଶ ହୋଇପାରିବ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here