୫୫ ବର୍ଷର ହେଲେ ବଲିଉଡର ବାଦଶାହ ଶାହାରୁଖ ଖାନ

ମୁମ୍ବାଇ: ଫ୍ୟାନମାନଙ୍କ ହୃଦୟରେ ସେ କରନ୍ତି ରାଜ । ରୋମାଣ୍ଟିକ ହିରୋ ଭାବେ ସେ ବଲିଉଡରେ ବେଶ ପରିଚିତ । ତାଙ୍କ ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖନ୍ତି । ସେ ଆଉ କେହି ନହନ୍ତି, ସେ ହେଉଛନ୍ତି ବଲିଉଡର ବାଦଶାହ ଶାହାରୁଖ ଖାନ । ଆଜି ଶାହାରୁଖଙ୍କ ଜନ୍ମ ଦିନ । ଆଜି ତାଙ୍କୁ ୫୫ ବର୍ଷ ହୋଇଛି । ହେଲେ ରୋମାଣ୍ଟିକ ଅଭିନେତା ଭାବେ ତାଙ୍କ ପରିଚୟ ଆଜିବି ରହିଛି ।

ଛୋଟ ଛୁଆଠୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ତାଙ୍କ ଫ୍ୟାନ ଲିଷ୍ଟରେ ସାମିଲ ଅଛନ୍ତି । ଖାସ କରି ତାଙ୍କ ରୋମାଣ୍ଟିକ ଅନ୍ଦାଜ ଯୋଗୁଁ ଅଧିକାଂଶ ଝିଅ ତାଙ୍କ ଫ୍ୟାନ ଅଛନ୍ତି । ତାଙ୍କ ସଫଳତାର ଜୀବନ ଭିତରେ ସେ ବହୁତ ଉତଥାନ ପତନ ଦେଖିଛନ୍ତି । ହେଲେ ତାଙ୍କ ଏହି ଶଫରରେ ସେ ଫ୍ୟାନମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଛନ୍ତି । ସବୁ ବର୍ଷ ଶାହାରୁଖ ନିଜ ବାସଭବନ ମନ୍ନତରେ ନିଜ ଜନ୍ମଦିନ ପାଳନ କରନ୍ତି । ମନ୍ନତ ବାହାରେ ଶହଶହ ସଂଖ୍ୟାରେ ଫ୍ୟାନମାନେ ତାଙ୍କ ଝଲକ ପାଇବା ପାଇଁ ଅପେକ୍ଷା କରିଥାନ୍ତି । ବାଲକୋନି ଉପରୁ ଥାଇ ଶାହାରୁଖ ଫ୍ୟାନ ମାନଙ୍କୁ ଧନ୍ୟବାଦ ଜଣାଇଥାନ୍ତି । ଶାହାରୁଖ ଖାନଙ୍କ ଜନ୍ମ  ୨ ନଭେମ୍ବର ୧୯୬୫ ମସିହା ଦିଲ୍ଲୀରେ ହୋଇଥିଲା । ତାଙ୍କ ବାପା ତାଜ ମହମ୍ମଦ ଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓ ତାଙ୍କ ମାଙ୍କ ନାଁ ଥିଲା ଫାତିମା । ଶାହାରୁଖ ନିଜ ସ୍ୁଲ ଶିକ୍ଷା ଦିଲ୍ଲୀର ସେଣ୍ଟ କଲୋମ୍ବାସ ସ୍କୁଲରୁ କରିଥିଲେ । ପାଠ ସହିତ ସେ ଥିଏଟରେ ମଧ୍ୟ ନିଜ ପ୍ରତିଭା ଦେଖାଇଥିଲେ । ଏହାପରେ ସେ ହଂସରାଜ କଲେଜରୁ ଡିଗ୍ରୀ ହାସଲ କରିଥିଲେ । ପରେ ଜାମିଆ ମିଲିଆ ଇସଲାମିୟା ବିଶ୍ୱବିଦ୍ୟାଳୟରୁ ମାସ କମ୍ୟୁନିକେସନରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ।

ବାପା ମାଙ୍କ ମୃତ୍ୟୁ ପରେ ଶାହାରୁଖ ମୁମ୍ବାଇ ଚାଲି ଆସିଥିଲେ । କିଛି ବର୍ଷ ସଂଘର୍ଷ ପରେ ସେ ସିରିଏଲରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ପରେ ଦିୱାନା ଚଳଚ୍ଚିତ୍ରରୁ ସେ ବଡ ପରଦାରେ ପାଦ ଦେଇଥିଲେ । ଏହାପରେ ସେ ଫ୍ୟାନ ମାନଙ୍କୁ ଅନେକ ହିଟ୍୍ ଫିଲ୍ମ ଭେଟି ଦେଇଛନ୍ତି । ଦିଲ ବାଲେ ଦୁଲହନିୟା ଲେ ଜାୟେଙ୍ଗେ, ବାଜିଗର, ଦେବଦାସ, କରନ ଅର୍ଜୁନ, ମହବତେଁ, ଭିରଜରା ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି କିଙ୍ଗ ଖାନ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here