ଗ୍ୟାସ ଉପଭୋକ୍ତାଙ୍କ ପାଇଁ ନଭେମ୍ବର ୧ ରୁ ଜାରି ହେବ ନୂଆ ନିୟମ।

ନୂଆଦିଲ୍ଲୀ : ଚଳିତ ମାସରେ ଗ୍ୟାସ ସିଲିଣ୍ଡର ଦରବୃଦ୍ଧି କରାଯାଇଥିଲା। ତେବେ ଗ୍ୟାସ ଉପଭୋକ୍ତାଙ୍କ ପାଇଁ ନଭେମ୍ବର ୧ ରୁ ନିୟମରେ ପରିବର୍ତ୍ତନ କରାଯିବ। ପହିଲାରୁ ଏଲପିଜି ଗ୍ୟାସ ସିଲିଣ୍ଡର ନେଇ ଲାଗୁ ହେବ ନୂଆ ନିୟମ। ନୂଆ ନିୟମ ର ପ୍ରଭାବ ସିଧା ସଳଖ ଗ୍ରାହକଙ୍କ ଉପରେ ପଡିବ। ତେବେ ତିନୋଟି ନୂଆ ନିୟମ ଅଣାଯାଇଛି।

– ଓଟିପି ନ ଦେଲେ ମିଳିବନି ଗ୍ୟାସ।

– ଠିକଣା ବନ୍ଦ ଥିଲେ ବିତରଣ ବନ୍ଦ।

– ଏସ୍ଏମ୍ଏସ୍ ମାଧ୍ୟମରେ ହେବ ଗ୍ୟାସ ବୁକିଂ।

ଏଲପିଜି ଗ୍ୟାସ ହୋମ ଡେଲିଭରି ବେଳେ ମୋବାଇଲକୁ ଏକ ଓଟିପି ଯିବ। ସେଇ କୋଡକୁ ଦେଖାଇଲେ ଡେଲିଭରି ବୟ ଗ୍ୟାସ ଦେବ। ଗ୍ରାହକଙ୍କ ଠିକଣା ଭୁଲ ଥିଲେ ବିତରଣ ବନ୍ଦ କରି ଦିଆଯିବ। କେବଳ ଘରୋଇ ଗ୍ୟାସ ପାଇଁ ଏହି ନିୟମ ଲାଗୁ ହେବ। ବାଣିଜ୍ୟିକ କ୍ଷେତ୍ରରେ ଏହାକୁ ଲାଗୁ କରାଯିବ ନାହିଁ। ତେବେ ଇଣ୍ଡିଆନ ଗ୍ୟାସ ପକ୍ଷରୁ ଏକ ନୂଆ ନମ୍ବର ଜାରି କରିଛି। ଏଲପିଜି ଗ୍ୟାସ ବୁକିଂ କରିବା ପାଇଁ ଗ୍ରାହକଙ୍କୁ ୭୭୧୮୯୫୫୫୫୫ ରେ ଏସ୍ଏମ୍ଏସ୍ କରିବାକୁ ପଡିବ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here