ବିବାଦ ପରେ ବଦଳିଲା ‘ଲକ୍ଷ୍ମୀ ବମ୍’ର ଟାଇଟଲ୍

ମୁମ୍ବାଇ: ଆଜିକାଲି ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍’ କୁ ନେଇ ଜବରଦସ୍ତ ଆଲୋଚନା ଚାଲିଛି। ରିଲିଜ୍ ପୂର୍ବରୁ ନାମକୁ ନେଇ  ବିବାଦ ଘେରକୁ ଆସିଥିଲା ଏହି ଫିଲ୍ମ । ଏହି ଚଳଚ୍ଚିତ୍ରଟି ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା। ଲୋକଙ୍କ ଜବରଦସ୍ତ ବିରୋଧ ପରେ ନିର୍ମାତାମାନେ ଏହି ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ‘ଲକ୍ଷ୍ମୀ ବମ୍’ର ନାମକୁ ପରିବର୍ତ୍ତନ କରାଯାଇ ‘ ଲକ୍ଷ୍ମୀ ‘ ରଖାଯାଇଛି। ଦୀର୍ଘ ଦିନ ଧରି ଅକ୍ଷୟ କୁମାରଙ୍କ ଏହି ଫିଲ୍ମକୁ ନେଇ ଦର୍ଶକମାନେ ଉତ୍ସାହିତ ଥିଲେ।  କିନ୍ତୁ ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ମାତ୍ରେ ଏହାକୁ ନେଇ ବିବାଦ ଉପୁଜିଥିଲା। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ଏକ ଭିନ୍ନ ଅବତାରକୁ ପ୍ରଶଂସା କରାଯାଇଥିଲା । କିନ୍ତୁ ଲୋକମାନେ ଏହାର ଟାଇଟଲ୍ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଉଛି ବୋଲି ଅଭିଯୋଗ ଆଣିଥିଲେ ।  ଯେତେବେଳେ ରାଘବ ଲରେଣ୍ଡଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ସେନ୍ସର ସାର୍ଟିଫିକେଟ୍ ପାଇଁ ଯାଇଥିଲା, ସ୍କ୍ରିନିଂ ପରେ ନିର୍ମାତାମାନେ ସିବିଏଫସି ସହିତ ବାର୍ତ୍ତାଳାପ କରିଥିଲେ।

ଏହି ବାର୍ତ୍ତାଳାପ ସମୟରେ ଦର୍ଶକଙ୍କ ଭାବନାକୁ ସମ୍ମାନ ଜଣାଇ ଫିଲ୍ମର ନିର୍ମାତା ଶାବିନା ଖାନ, ତୁଷାର କରୁକ ଏବଂ ଅକ୍ଷୟ କୁମାର  ଫିଲ୍ମର ନାମ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ହରର କମେଡି ଫିଲ୍ମର ନାମ  ‘ଲକ୍ଷ୍ମୀବମ୍‌’କୁ ପରିବର୍ତ୍ତନ କରାଯାଇ ‘ଲକ୍ଷ୍ମୀ’ କରାଯାଇଛି।

ସୂଚନାନୁଯାୟୀ , ଅକ୍ଷୟ କୁମାର ଏବଂ କିଆରା ଆଡ୍‌ଭାନିଙ୍କ ଏହି ଫିଲ୍ମ ଡିଜ୍‌ନି ପ୍ଲସ ହଟ୍‌ଷ୍ଟାର ଭିଆଇପିରେ ନଭେମ୍ବର ୯ରେ ରିଲିଜ ହେବ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here