ସ୍ୱଚ୍ଛ ସର୍ବେକ୍ଷଣ ନିମନ୍ତେ ରାଉରକେଲା ମହାନଗର ନିଗମ ପକ୍ଷରୁ ଅନଲାଇନ୍ ପ୍ରତିଯୋଗିତା ଆରମ୍ଭ , ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଦିଆଯିବ ପୁରସ୍କାର :

ଏବେ ସାରା ଦେଶରେ ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ରାଉରକେଲା ମହାନଗର ନିଗମ ପକ୍ଷରୁ ମଧ୍ୟ ଏଥିଲାଗି ଜୋରଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ମହାନଗର ନିଗମ ପକ୍ଷରୁ ଏଥିଲାଗି ୩ଟି ପ୍ରତିଯୋଗିତା ଆରମ୍ଭ ହୋଇଛି।  ଗତବର୍ଷ ରାଉରକେଲା ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତାରେ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଥିବା ବେଳେ ଏବେ ଜାତୀୟ ସ୍ତରରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ଲକ୍ଷ୍ୟ ରଖିଛି ରାଉରକେଲା ମହାନଗର ନିଗମ।

ପ୍ରଥମ ପ୍ରତିଯୋଗିତାଟି ହେଲା “ହିରୋ ଅଫ୍ ରାଉରକେଲା” ଆୱାର୍ଡ ନିମନ୍ତେ। ସ୍ୱଚ୍ଛତା କିମ୍ବା କୋଭିଡ ସଂକ୍ରମଣକୁ ପ୍ରତିହତ ଦିଗରେ କାମ କରିଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନ ମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଏହି ପ୍ରତିଯୋଗିତାରେ ଷ୍ଟାର୍ଟ ଅପ୍ ବ୍ୟବସାୟ ଆରମ୍ଭ କରିଥିବା ବା ସେଥିରେ ଜଡ଼ିତ ଥିବା ବ୍ୟକ୍ତି, ଯେ କୌଣସି ପ୍ରକାରର ଉଦ୍ୟୋଗ ସ୍ଥାପନ କରିଥିବା ବ୍ୟକ୍ତି, ଧାର୍ମିକ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂସ୍ଥା ସହିତ ଜଡ଼ିତ ବ୍ୟକ୍ତି ଇତ୍ୟାଦି “ହିରୋ ଅଫ୍ ରାଉରକେଲା” ଆୱାର୍ଡ ପାଇବା ନିମନ୍ତେ ସେମାନଙ୍କ ନାମାଙ୍କନ କରିପାରିବେ। ଏଥି ନିମନ୍ତେ ଉକ୍ତ ସଂସ୍ଥା ବା ବ୍ୟକ୍ତି ସ୍ୱଚ୍ଛତା କିମ୍ବା କୋଭିଡ ସଂକ୍ରମଣ ପ୍ରତିହତ କରିବା ଦିଗରେ ସେମାନଙ୍କ କାର୍ଯ୍ୟ ସମ୍ବନ୍ଧୀୟ ବିଷଦ ବିବରଣୀ ଏବଂ ତତ ସଂପର୍କିତ ଫଟୋଗ୍ରାଫ୍ କୁ ସଂଲଗ୍ନ କରି swachhrourkela.rmc@gmail.com ଈ-ମେଲ୍ ଆଇଡି ମାଧ୍ୟମରେ କିମ୍ବା ମହାନଗର ନିଗମର ହ୍ୱାଟ୍ସଆପ୍ ନମ୍ବର – 7846806035 ମାଧ୍ୟମରେ ଆସନ୍ତା ନଭେମ୍ବର ମାସ ୧୫ ତାରିଖ ମଧ୍ୟରେ ପଠାଇବାକୁ ପଡ଼ିବ। ପରେ ଏହାର ମୂଲ୍ୟାଙ୍କନ କରାଯାଇ ଯୋଗ୍ୟ ବ୍ୟକ୍ତି ତଥା ସଂସ୍ଥାକୁ “ହିରୋ ଅଫ୍ ରାଉରକେଲା” ଆୱାର୍ଡ ପ୍ରଦାନ କରାଯିବ।

ସେହିପରି ଦ୍ୱିତୀୟ ପ୍ରତିଯୋଗିତାଟି ସହରର ଯୁବ ତଥା କଳା କ୍ଷେତ୍ରରେ ଆଗ୍ରହ ରଖୁଥିବା ବ୍ୟକ୍ତିଙ୍କ ନିମନ୍ତେ ଉଦ୍ଦିଷ୍ଟ। ସ୍ୱଚ୍ଛତା କିମ୍ବା କୋଭିଡ୍ ସଂପର୍କିତ ସଚେତନତା ସୃଷ୍ଟି ନିମନ୍ତେ ୬0 ସେକେଣ୍ଡ ବିଶିଷ୍ଟ ଏକ ଜିଙ୍ଗଲ୍ କିମ୍ବା କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରି ଇଛୁକ ବ୍ୟକ୍ତି ମାନେ ଉକ୍ତ ଜିଙ୍ଗଲ୍ କିମ୍ବା କ୍ଷୁଦ୍ର ଚଳଚ୍ଚିତ୍ରକୁ swachhrourkela.rmc@gmail.com ଈ-ମେଲ୍ ଆଇଡି ମାଧ୍ୟମରେ କିମ୍ବା ମହାନଗର ନିଗମର ହ୍ୱାଟ୍ସଆପ୍ ନମ୍ବର – 7846806035 ମାଧ୍ୟମରେ ନିଜ ନାଁ, ଠିକଣା ଓ ଯୋଗାଯୋଗ ନମ୍ବର ଉଲ୍ଲେଖ କରି ଆସନ୍ତା ନଭେମ୍ବର ମାସ ୧୫ ତାରିଖ ମଧ୍ୟରେ ପଠାଇବାକୁ ପଡ଼ିବ। ପରେ ଏହାର ମୂଲ୍ୟାଙ୍କନ କରାଯାଇ ଯୋଗ୍ୟ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଯେ କୌଣସି ବୟସର ବ୍ୟକ୍ତି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।

ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀଙ୍କ ବୌଦ୍ଧିକ ବିକାଶ ନିମନ୍ତେ ମଧ୍ୟ ମହାନଗର ନିଗମ ଏକ ପ୍ରତିଯୋଗିତା ଆରମ୍ଭ କରିଛି। ଯେକୌଣସି ଶ୍ରେଣୀର ଛାତ୍ର ଛାତ୍ରୀ ସ୍ୱଚ୍ଛତା କିମ୍ବା କୋଭିଡ ସଂପର୍କିତ ସଚେତନତା ଧର୍ମୀ ପୋଷ୍ଟର ନତୁବା ଚିତ୍ର ଆଙ୍କି ତାହାର ଫଟୋ ଉଠାଇ swachhrourkela.rmc@gmail.com ଈ-ମେଲ୍ ଆଇଡି ମାଧ୍ୟମରେ କିମ୍ବା ମହାନଗର ନିଗମର ହ୍ୱାଟ୍ସଆପ୍ ନମ୍ବର – ୭୮୪୬୮୦୬୦୩୫ ମାଧ୍ୟମରେ ନିଜ ନାଁ, ସ୍କୁଲ କିମ୍ବା କଲେଜର ନାମ ଏବଂ କୋଉ ଶ୍ରେଣୀରେ ପଢୁଛନ୍ତି ତାହା ଉଲ୍ଲେଖ କରି ଆସନ୍ତା ନଭେମ୍ବର ମାସ ୧୫ ତାରିଖ ମଧ୍ୟରେ ପଠାଇବାକୁ ପଡ଼ିବ। ପରେ ଏହାର ମୂଲ୍ୟାଙ୍କନ କରାଯାଇ ଯୋଗ୍ୟ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଯେ କୌଣସି ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।

ଏହି ପ୍ରତିଯୋଗିତା ମାଧ୍ୟମରେ ସହରର ପ୍ରତିଟି ବର୍ଗର ବ୍ୟକ୍ତିଙ୍କୁ ସ୍ୱଚ୍ଛତା ଓ ସ୍ୱଚ୍ଛ ସର୍ବେକ୍ଷଣ ସଂପର୍କରେ ଅବଗତ କରାଇବା ଲାଗି  ଲକ୍ଷ୍ୟ ରଖିଛି ମହାନଗର ନିଗମ। କେବଳ ସେତିକି ନୁହେଁ ଲୋକେ ସଚେତନ ହେଲେ ରାଉରକେଲା ଏକ ସ୍ୱଚ୍ଛ ସହରରେ ପରିଣତ ହୋଇପାରିବ ଏବଂ ସ୍ୱଚ୍ଛ ସର୍ବେକ୍ଷଣରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିବ ବୋଲି ନିଗମ ପକ୍ଷରୁ ଆଶା ରଖାଯାଇଛି। ଏଭଳି ପ୍ରତିଯୋଗିତା ଦ୍ୱାରା ସ୍ୱଚ୍ଛତା ପ୍ରତି ଜନସାଧାରଣ ଅଧିକ ଆକୃଷ୍ଟ ହେବେ ଏବଂ ସ୍ୱଚ୍ଛତାର ମହାମନ୍ତ୍ରକୁ ଅକ୍ଷରେ ଅକ୍ଷରେ ପାଳନ କରିବେ ବୋଲି ଆଶା କରାଯାଉଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here