ଧାନ କାଟିଲେ ବିଧାୟକ ଦମ୍ପତି

ଡ଼ାବୁ ଗାଁ, ୨୮/୧୦  ବିଧାୟକ ନିଜର  ନିଆରା କାର୍ଯ୍ୟଶୈଳି କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଛନ୍ତି ।  ବିଧାୟକ ହୋଇ ମଧ୍ୟ ବ୍ୟସ୍ତ ବହୁଳ ଜୀବନ ରୁ ସମୟ ବାହାର କରି ନିଜ ଚାଷଜମିରେ  ଧାନ କାଟିବା କାମ ବି କରନ୍ତି ।  ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଲ ରେ  ମଜୁରିଆ ଙ୍କ ସହ ଧାନ କାଟିବା ସହ ଅନ୍ୟାନ୍ୟ କାର୍ଯ୍ୟ ଦେଖିବାକୁ ମିଳିଥିଲା। ନିଜେ ଜଣେ ଚାଷୀ ପରିବାର ରୁ ଆସିଥିବା ଯୋଗୁଁ ଚାଷ କାର୍ଯ୍ୟ ପ୍ରତି ଦୁର୍ବଳତା ରହିଛି ମୁଁ  ଅନ୍ୟ ମାନଙ୍କ ସହ କୁ ଚାଷ କାର୍ଯ୍ୟରେ ସାହାଯ୍ୟ କଲେ ସେମାନଙ୍କ ମନବଳ ବୃଦ୍ଧି ପାଇବ ବୋଲି ପ୍ରକାଶ କରିଛନ୍ତି ଉମରକୋଟ ବିଧାୟକ। ଜନତାଙ୍କ ସେବା ପାଇଁ ମୋତେ ସୁଯୋଗ ଦେଇଛନ୍ତି । ମୋତେ ନିର୍ବାଚିତ କରି ବିଧାୟକ କରିଛନ୍ତି ମୁଁ ବିଧାୟକ ହେଲେ ମଧ୍ୟ ପ୍ରଥମେ ଜଣେ ଚାଷୀ, ଚାଷ କାମ ହେଉଛି ଆମ କୌଳିକ ବୃତ୍ତି । ଚାଷ  କାର୍ଯ୍ୟ ଆମ  ବାପା ଜେଜେ ଅମଳରୁ ଚାଷ ଚାଲିଆସିଛି । ମୁଁ ମଧ୍ୟ ଚାଷ କାମ ବୁଝା ବୁଝି କରେ ସମୟ ମିଳିଲେ ନିଜେ କାମ କରେ ଆଗରୁ ଜମିରେ ଅଧିକ ସମୟ ଦେଇ ପାରୁଥିଲି କିନ୍ତୁ ବିଧାୟକ ଭାବେ ଦାୟିତ୍ଵ ବଢ଼ି ଯାଇଛି ତେଣୁ ଜମିରେ ଚାଷ କାର୍ଯ୍ୟ ରେ ଅଧିକ ସମୟ ଦେଇ ପାରୁ ନାହିଁ ବୋଲି କହିଛନ୍ତି ବିଧାୟକ । ବିଧାୟକ ଙ୍କ ସହ ତାଙ୍କ ପତ୍ନୀଙ୍କୁ ଧାନ କରୁଥିବା ଦେଖିବାକୁ ମିଳିଥିଲା । ସେ  ପେଶାରେ ଜଣେ ଶିକ୍ଷୟତ୍ରୀ । ବର୍ତ୍ତମାନ କୋରୋନା ଜନିତ ସ୍କୁଲ୍ ଛୁଟି ରହିଥିବାରୁ ସେ ମଧ୍ୟ ବିଧାୟକ ଙ୍କ ସହ ଚାଷ କାମ ରେ ସାହାଯ୍ୟ କରୁଥିବା କହିଛନ୍ତି ବିଧାୟକ ।

ପ୍ରଜ୍ଞା ରଞ୍ଜନ ପରିଡ଼ା, ଡ଼ାବୁ ଗାଁ, Odisha 1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here